ETV Bharat / city

ବିଜେଡି ବଡ଼ ପଣ୍ଡାଙ୍କ ପାଇଁ କଟକର ଆଜି ଏ ଅବସ୍ଥା: ମୋକିମ

author img

By

Published : Sep 20, 2021, 3:54 PM IST

ମୂର୍ତ୍ତି ଉଚ୍ଚତାକୁ ନେଇ ମୁହଁ ଖୋଲିଲେ ବିଧାୟକ । କହିଲେ ଶାସକ ଦଳର ନେତା ମାନେ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବାରୁ ସିଲଭର ସିଟିର ଏଭଳି ଦଶା ହୋଇଛି । ଅଧିକ ପଢନ୍ତୁ...

ବିଜେଡି ବଡ଼ ପଣ୍ଡାଙ୍କ ପାଇଁ କଟକ ଭୋଗିଛି ଏହି ଅବସ୍ଥା: ମୋକିମ
ବିଜେଡି ବଡ଼ ପଣ୍ଡାଙ୍କ ପାଇଁ କଟକ ଭୋଗିଛି ଏହି ଅବସ୍ଥା: ମୋକିମ

କଟକ: କଟକରେ ଶାରଦୀୟ ଦୁର୍ଗା ପୂଜା ହେବ । କିନ୍ତୁ ମୂର୍ତ୍ତିର ଉଚ୍ଚତା ସରକାରଙ୍କ ଗାଇଡ଼ ଲାଇନ ଅନୁଜୟୀ 4 ଫୁଟ ମଧ୍ୟରେ ସୀମିତ ରହିବ । ତେବେ ଏହି ସ୍ଥିତି ପାଇଁ ଶାସକ ଦଳକୁ ଦାୟୀ କରିଛନ୍ତି କଟକ ବାରବାଟୀ ବିଧାୟକ ।

ବିଜେଡି ବଡ଼ ପଣ୍ଡାଙ୍କ ପାଇଁ କଟକ ଭୋଗିଛି ଏହି ଅବସ୍ଥା: ମୋକିମ

ସେ କହିଛନ୍ତି କି ଶାସକ ଦଳ ନେତା ମାନଙ୍କର ଭିତିରି ବୁଝାମଣା ପରେ ଏପରି ସ୍ଥିତି ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟ ବୈଠକରେ ବିଜେଡି ପଣ୍ଡା ମାନେ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଦାବି ଜଣାଇଥିଲେ । ହେଲେ ତାହା ଥିଲା ସମ୍ପୂର୍ଣ୍ଣ ଶୀତଳ । ଯାହା ପାଇଁ ଏହି ଆଜି କଟକରେ ପାର୍ବଣ ଋତୁକୁ ନେଇ ଏହି ଅବସ୍ଥା ହୋଇଛି । ସେପଟେ ବିଧାନସଭା ସମୟରେରେ ମୂର୍ତି ଉଚ୍ଚତା ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେଇଥିଲେ ମଧ୍ୟ ସବୁ କିଛି ପାଣି ଫୋଟକା ଭଳି ମିଳେଇ ଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.