ETV Bharat / city

ନୂଆ ବର୍ଷରେ ଆକାଶ ଛୁଆଁ ଦର, ପରିବା କିଣିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ

author img

By

Published : Jan 2, 2022, 8:44 PM IST

ନୂଆ ବର୍ଷରେ ଆକାଶ ଛୁଆଁ ପରିବା ଦର ଯୋଗୁଁ ନିରାଶ ହୋଇଛନ୍ତି ଗ୍ରାହକ । ଯେଉଁ ପରିବା କିଣିବାକୁ ଦିନେ ଖାଉଟି ବ୍ୟଗ୍ର ହେଉଥିଲା ଆଜି ତାହାକୁ କିଣିବାକୁ ପଛ ଘୁଞ୍ଚା ଦେଉଛନ୍ତି । ଅଧିକ ପଢ଼ନ୍ତୁ

ନୂଆ ବର୍ଷରେ ଆକାଶ ଛୁଆଁ ଦର, ପରିବା କିଣିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ
ନୂଆ ବର୍ଷରେ ଆକାଶ ଛୁଆଁ ଦର, ପରିବା କିଣିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ

କଟକ: ନୂଆ ବର୍ଷରେ ଆକାଶ ଛୁଆଁ ପରିବା ଦର ଯୋଗୁଁ ନିରାଶ ହୋଇଛନ୍ତି ଗ୍ରାହକ । ଯେଉଁ ପରିବା କିଣିବାକୁ ଦିନେ ଖାଉଟି ବ୍ୟାଗ୍ର ହେଉଥିଲା ଆଜି ତାହାକୁ କିଣିବାକୁ ପଛ ଘୁଞ୍ଚା ଦେଉଛନ୍ତି । ନୂଆବର୍ଷରେ ଭଲ ତଟକା ପରିବା ନେବାକୁ ପରିବା ବଜାର ଆସୁଛନ୍ତି ଲୋକେ । ହେଲେ ପରିବା ଦର ଶୁଣିଲେ ଗ୍ରାହକଙ୍କ ପରିବା କିଣିବେ କି ନକିଣିବେ ସେନେଇ ଦ୍ବନ୍ଦ୍ବରେ ପଡ଼ି ଯାଉଛନ୍ତି ।

ନୂଆ ବର୍ଷରେ ଆକାଶ ଛୁଆଁ ଦର, ପରିବା କିଣିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ

ଗତବର୍ଷ ପ୍ରବଳ ବର୍ଷା ଓ ବାତ୍ୟା ଯୋଗୁଁ ପରିବା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଶୀତ ଦିନ ଅଧିକ ପରିବା ଉତ୍ପାଦନ ହୁଏ । କିନ୍ତୁ ଯେଉଁ ସମୟରେ ପରିବା ତୋଳା ହେବା କଥା ସେହି ସମୟରେ ଅଦିନିଆ ବର୍ଷା ଯୋଗୁଁ ସେସବୁ ପଚିସଢ଼ି ଯାଇଛି । ଫଳରେ ବଜାରକୁ ଆବଶ୍ୟକ ପରିମାଣର ପରିବା ଆସି ପାରୁନଥିବା ପରିବା ବ୍ୟବସାୟୀ କହିଛନ୍ତି ।

ଚଳିତ ମାସ ଶେଷ ସୁଦ୍ଧା ଯଥେଷ୍ଟ ପରିମାଣରେ ପରିବା ବଜାରରେ ଉପଲବ୍ଧ ହେବ । ସବୁକିଛି ଠିକ୍‌ ଦାମରେ ବଜାରରେ ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛନ୍ତି ଛତ୍ର ବଜାର ପରିବା ମଣ୍ଡି ସମ୍ପାଦକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.