ETV Bharat / city

ଦୁର୍ଦ୍ଦାନ୍ତ ଅପରାଧୀ ବୀର ପାଲକୁ ହତ୍ୟା କଲା କିଏ ?

author img

By

Published : Dec 6, 2021, 7:10 AM IST

ପୁରୀଘାଟ ଅଞ୍ଚଳରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ମୃତଦେହ । ତେବେ ମୃତଦେହଟି ଜଣେ କୁଖ୍ୟାତ ଅପରାଧି ବୀର ପାଲର ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ଦୁର୍ଦ୍ଦାନ୍ତ ଅପରାଧି ବୀର ପାଲକୁ ହତ୍ୟା କଲା କିଏ ?
ଦୁର୍ଦ୍ଦାନ୍ତ ଅପରାଧି ବୀର ପାଲକୁ ହତ୍ୟା କଲା କିଏ ?

କଟକ: ପୁରୀଘାଟ ଅଞ୍ଚଳରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ମୃତଦେହ । ତେବେ ମୃତଦେହଟି ଜଣେ କୁଖ୍ୟାତ ଅପରାଧି ବୀର ପାଲର ବୋଲି ଜଣାପଡିଛି । ତାଙ୍କ ନାଁରେ ରହିଥିଲା 10 ରୁ ଅଧିକ ସଙ୍ଗୀନ ମାମଲା । ତେବେ ଏହି ଅପରାଧୀକୁ ମାରିଲା କିଏ ? ଏହା ଯୋଜନାଵଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ କୁହାଯାଇଛି । ତେବେ ଅନ୍ୟପଟେ ପୋଲିସ ଏହି ମୃତ୍ୟୁ ପଛର ରହସ୍ୟ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।

ଦୁର୍ଦ୍ଦାନ୍ତ ଅପରାଧି ବୀର ପାଲକୁ ହତ୍ୟା କଲା କିଏ ?

ସୂଚନା ଅନୁସାରେ ଶନିବାର ପୁରୀଘାଟ ଅଞ୍ଚଳରେ ଥିବା କାଠଯୋଡ଼ି କୂଳରୁ ଏକ ଅଜଣା ମୃତଦେହ ଠାବ କରିଥିଲା ପୋଲିସ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ମୃତଦେହକୁ ଠାବ କରିଥିଲା ପୋଲିସ । ଏହା ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ପାରିପାର୍ଶ୍ଵିକ ସ୍ଥିତିକୁ ଯାଞ୍ଚ କରିବା ପରେ ମୃତଦେହ ବ୍ୟବଛେଦ ପାଇଁ ଏସସିବିକୁ ପଠାଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.