ETV Bharat / city

ପ୍ରବଳ ବର୍ଷାରେ ସହରରେ ଆଉ ଜମିବ ନାହିଁ ପାଣି: କଟକ ମେୟର

author img

By

Published : Aug 7, 2022, 8:35 AM IST

ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ କଟକ ସହରରେ ଆଉ ଜମିବ ନାହିଁ ପାଣି । ୨ରୁ ୩ ଘଣ୍ଟା ମଧ୍ୟରେ ଜମି ରହିଥିବା ପାଣିର ନିଷ୍କାସନ କରାଯିବ ବୋଲି କହିଲେ ମେୟର। ଅଧିକ ପଢନ୍ତୁ

ପ୍ରବଳ ବର୍ଷାରେ ସହରରେ ଆଉ ଜମିବ ନାହିଁ ପାଣି
ପ୍ରବଳ ବର୍ଷାରେ ସହରରେ ଆଉ ଜମିବ ନାହିଁ ପାଣି

କଟକ: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । କଟକ ସହରରେ ମଧ୍ୟ ମୂଷଳ ବର୍ଷା ଜାରି ରହିଖିଲେ ସୁଦ୍ଧା ପୂର୍ବଭଳି ଜଳମଗ୍ନ ସ୍ଥିତି ଉପୁଜି ନଥିଲା । ତଳିଆ ଅଞ୍ଚଳର ଅନେକ ସ୍ଥାନରେ ବର୍ଷା ଜଳ ଜମି ରହିଥିଲେ ସୁଦ୍ଧା ଖୁବ କମ ସମୟ ମଧ୍ୟରେ ଏହି ଜଳକୁ ନିଷ୍କାସିତ କରାଯାଇପାରିଥିଲା ।

ପ୍ରବଳ ବର୍ଷାରେ ସହରରେ ଆଉ ଜମିବ ନାହିଁ ପାଣି
ଏନେଇ ସିଏମସି ମେୟର ସୁବାସ ସିଂ କହିଛନ୍ତି ଯେ," ସଠିକ ଭାବରେ ପଙ୍କଉଦ୍ଧାର କରାଯାଇଥିବାରୁ ଜଳମଗ୍ନ ଭଳି ସମସ୍ୟା ଦେଖାଯାଇ ନାହିଁ। ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେଲେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ ପୂର୍ବଭଳି ଦୀର୍ଘ ସମୟ ଧରି ଆଉ ପାଣି ଜମି ରହିବ ନାହିଁ। ମାତ୍ର ୨ରୁ ୩ ଘଣ୍ଟା ମଧ୍ୟରେ ଏହା ନିଷ୍କାସିତ ହୋଇଯିବ । ଆଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହାର ମୁକାବିଲା ପାଇଁ ସିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ସହରରେ ୨୫୦ରୁ ଅଧିକ ପମ୍ପ ପ୍ରସ୍ତୁତ ରଖାଯାଇଛି । ଏନେଇ ସଜାଗ ରହିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.