ETV Bharat / city

ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମ ଜୟନ୍ତୀ, ସ୍ୱପ୍ନଦର୍ଶୀ ତାରୁଣ୍ୟରେ ଥିଲେ ଅନନ୍ୟ ବ୍ୟକ୍ତିତ୍ବ

author img

By

Published : Apr 28, 2022, 3:30 PM IST

ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ ଉତ୍କଳ ଗୌରବ ମଧୂସୁଦନ ଦାସ । ଉଭୟ ପୁରୁଷ ଓ ମହିଳାଙ୍କ ଉନ୍ନତି ପାଇଁ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ ମଧୁବାବୁ । ଆଜି ସେହି ମହାନ ଆତ୍ମାଙ୍କ ଜନ୍ମ ଜୟନ୍ତୀ । ଅଧିକ ପଢ଼ନ୍ତୁ

ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମ ଜୟନ୍ତୀ, ସ୍ୱପ୍ନଦର୍ଶୀ ତାରୁଣ୍ୟରେ ଥିଲେ ଅନନ୍ୟ ବ୍ୟକ୍ତିତ୍ବ
ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମ ଜୟନ୍ତୀ, ସ୍ୱପ୍ନଦର୍ଶୀ ତାରୁଣ୍ୟରେ ଥିଲେ ଅନନ୍ୟ ବ୍ୟକ୍ତିତ୍ବ

କଟକ: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଆଜି ଜନ୍ମ ଜୟନ୍ତୀ । ପ୍ରଦେଶକୁ ଶିଳ୍ପ ସମ୍ରୁଦ୍ଧ କରିବା ଥିଲା ତାଙ୍କ ଲକ୍ଷ୍ୟ । ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ ଉତ୍କଳ ଗୌରବ ମଧୂସୁଦନ ଦାସ । ଉଭୟ ପୁରୁଷ ଓ ମହିଳାଙ୍କ ଉନ୍ନତି ପାଇଁ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ ମଧୁବାବୁ । ବିଶେଷ କରି ଓକିଲାତିରେ ମହିଳାଙ୍କୁ ସୁଯୋଗ ଦେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେତେବେଳେ କେବଳ ପୁରୁଷମାନେ ହିଁ ଓକିଲାତି କରିପାରିବେ ବୋଲି ନିୟମ ରହିଥିଲା । କିନ୍ତୁ ମଧୁବାବୁ ନିଜେ ମକଦ୍ଦମା କରି ମହିଳାଙ୍କୁ ସୁଯୋଗ ଦେବାପାଇଁ ବ୍ୟବସ୍ଥା କରିଥିଲେ ।

ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମ ଜୟନ୍ତୀ, ସ୍ୱପ୍ନଦର୍ଶୀ ତାରୁଣ୍ୟରେ ଥିଲେ ଅନନ୍ୟ ବ୍ୟକ୍ତିତ୍ବ


ଓଡ଼ିଶା ପାଇଁ ମଧୁବାବୁଙ୍କୁ ଭଗବାନ କୁହାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ। "ଆମେ ଭଗବାନଙ୍କ ଦ୍ଵାରା ସୃଷ୍ଟି । ଭଗବାନ ଆମକୁ ସୃଷ୍ଟି କରିବା ପରେ ଆମର ଗଠନରେ ଯେଉଁମାନେ ସହାୟକ ହୋଇଛନ୍ତି ସେମାନେ ହେଉଛନ୍ତି ପ୍ରେରଣାଦାୟୀ । ପ୍ରତ୍ୟେକ ବ୍ୟକ୍ତିତ୍ୱ କିଛି ଗଠନର ଶକ୍ତି ନେଇ ଆସିଛନ୍ତି । ସେହି ଗଠନର ଶକ୍ତି ପାଇଁ ପ୍ରେରଣାର ଆବଶ୍ୟକତା । ବ୍ୟକ୍ତିତ୍ୱର ସୃଷ୍ଟିରେ ମଧୁବାବୁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ଆମେ ପ୍ରଭୁ ଜଗନ୍ନାଥ, ଆହ୍ଲା ଓ ଯୀଶୁଙ୍କୁ ବିଶ୍ୱାସ କରୁଛେ ଆଉ ଭଗବାନ ବୋଲି ମାନୁଛେ ଏବଂ ପ୍ରାର୍ଥନା ମଧ୍ୟ କରୁଛେ । ବ୍ୟକ୍ତିତ୍ୱ ସୃଷ୍ଟି ପାଇଁ ଯେଉଁ ଭଗବାନ ହେଲେ ସେ ଭଗବାନ ଅନ୍ୟ କେହି ନୁହନ୍ତି ବରଂ ପଞ୍ଚସଖା ଏବଂ କିଛି ମହାରାଜା । ତେବେ ସେମାନଙ୍କ ମଧ୍ୟରେ ମଧୁବାବୁ ହେଉଛନ୍ତି ଜଣେ ଅନନ୍ୟ ବ୍ୟକ୍ତିତ୍ୱ । ତାଙ୍କ ଉଦ୍ୟମ ପ୍ରଶଂସନୀୟ ।"

ମଧୁବାବୁ ନିଜ ଓକିଲାତି ସମୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ । ପ୍ରଭୁ ଜଗନ୍ନାଥଙ୍କୁ ନେଇଯିବା ପାଇଁ ବ୍ରିଟିଶରଙ୍କର ଉଦ୍ୟମ ହୋଇଥିଲା । କିନ୍ତୁ ବ୍ରିଟିଶଙ୍କ ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲେ ମଧୁବାବୁ । ନିଜେ ମକଦ୍ଦମା ଲଢ଼ି ବ୍ରିଟିଶଙ୍କର ଉଦ୍ୟମକୁ ପଣ୍ଡ କରିଥିଲେ । ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଭୁ ଜଗନ୍ନାଥ, ସେବା ପାଇବେ ବୋଲି ଅଦାଲତରେ ମକଦ୍ଦମା ଲଢ଼ି ବିଜୟୀ ହୋଇଥିଲେ ମଧୁବାବୁ । ସେହିପରି ବ୍ରିଟିଶରଙ୍କ କବଳରୁ ପୁରୀ ମହାରାଜାଙ୍କ ସମ୍ପତ୍ତିକୁ ମଧୁବାବୁ ଉଦ୍ଧାର କରିଥିଲେ । ମହାରାଣୀଙ୍କ ଅନୁରୋଧ କ୍ରମେ ମଧୁବାବୁ ବ୍ରିଟିଶରଙ୍କ ବିରୋଧରେ ମକଦ୍ଦମା ଲଢ଼ି ଏହି ସମ୍ପତ୍ତି ଉଦ୍ଧାର କରିଥିଲେ । କେବଳ ସେତିକି ନୁହେଁ, ରୟାତଙ୍କ ସ୍ୱାଧୀନତା ପାଇଁ ମଧୁବାବୁଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା ବୋଲି ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି।

ମଧୁବାବୁଙ୍କ ନାମରେ ଥିବା ମ୍ୟୁଜିୟମକୁ ଆହୁରି ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ଗଠନରେ ଯେଉଁମାନେ ଭାଗ୍ୟ ବିଧାତା ସେମାନଙ୍କ ପାଇଁ ଗୋଟିଏ ଗୋଟିଏ ମନ୍ଦିର ସୃଷ୍ଟି କରିବା ଉଚିତ । ଏବଂ ଏହା ସରକାରଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି। ଆଜି ମଧୁବାବୁଙ୍କ ଜୟନ୍ତୀ ଅବସରରେ ଗୋରାକବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.