ETV Bharat / city

କୋଭିଡ କାଳରେ ନୂଆ ଆଶା, ରୋଜଗାର ଦେଲା କେକ୍ ବ୍ୟବସାୟ

author img

By

Published : Aug 31, 2021, 8:26 PM IST

କୋରୋନା ବଦଳାଇ ଦେଇଛି ଜୀବନଶୈଳୀ । ଶିକ୍ଷିତ ହେଉ ଅବା ଅଶିକ୍ଷିତ ସମସ୍ତଙ୍କୁ ଘାଇଲା କରିଛି କୋରୋନା । ଏଭଳି ସାଙ୍ଘାତିକ ସ୍ଥିତିରେ ସମସ୍ତେ ରୋଜଗାର ହରାଇ ସମସ୍ତେ ଘରେ ବସିଥିବାବେଳେ ନିଜସ୍ବ ଉଦ୍ୟମରେ ରୋଜଗାର କରିଛନ୍ତି କଟକର ଜଣେ ଯୁବକ । ଅଧିକ ପଢନ୍ତୁ...

youngman keveil salot became
କୋଭିଡ ସମୟରେ କେକ ବ୍ୟବସାୟ ଆଣିଛି ନୂଆ ଆଶା

କଟକ: କୋରୋନା ବଦଳାଇ ଦେଇଛି ଜୀବନଶୈଳୀ । ଦୁଇବର୍ଷ ହେବ ଅନେକ ଲୋକଙ୍କ ଉଚ୍ଚ ଆଶାକୁ ମାଟିରେ ମିଶାଇ ଦେଇଛି ମରାତ୍ମକ ମହାମାରୀ । ଶିକ୍ଷିତ ହେଉ ଅବା ଅଶିକ୍ଷିତ ସମସ୍ତଙ୍କୁ ଘାଇଲା କରିଛି କୋରୋନା । ବ୍ୟବସାୟୀଙ୍କ କଥା ତ ନ କହିବା ଭଲ । ଏଭଳି ସାଙ୍ଘାତିକ ସ୍ଥିତିରେ ସମସ୍ତେ ରୋଜଗାର ହରାଇ ସମସ୍ତେ ଘରେ ବସିଥିବାବେଳେ ନିଜସ୍ବ ଉଦ୍ୟମରେ ରୋଜଗାର କରୁଛନ୍ତି ଏହି ଉଚ୍ଚଶିକ୍ଷିତ ବ୍ୟକ୍ତିଜଣକ । ଏ ହେଉଛନ୍ତି କଟକ ନିମଚଉଡି ଅଞ୍ଚଳର କେଭେଲ ସାଲୋଟ । ଘରେ ବିଭିନ୍ନ ପ୍ରକାରର କେକ ତିଆରି କରି ସେ ଏବେ ହୋଇଛନ୍ତି ଆତ୍ମନିର୍ଭରଶୀଳ ।

କୋଭିଡ ସମୟରେ କେକ ବ୍ୟବସାୟ ଆଣିଛି ନୂଆ ଆଶା

ମହାମାରୀ ଯୋଗୁଁ ଉଚ୍ଚଶିକ୍ଷିତ କେଭେଲ ସାଲୋଟ ନିଜ ଭବିଷ୍ୟତକୁ ନେଇଥିଲେ ଉପାୟଶୂନ୍ୟ । କାରଣ ନିଯୁକ୍ତି କ୍ଷେତ୍ର ଏବେ ସମ୍ପୂର୍ଣ୍ଣ ଠପ । ଚାକିରି ନଥିବାକୁ ଚାରିଆଡେ ଲକଡାଉନ । ଏଭଳି ସମୟରେ କେଭେଲଙ୍କ ପାଇଁ ସୋସିଆଲ ମିଡିଆ ସାଜିଥିଲା ଦେବଦୂତ । ସୋସିଆଲ ମିଡିଆରେ ସଭିଏଁ ଭଳି କି ଭଳି ଟେଷ୍ଟି ଆଇଟମ୍ ପୋଷ୍ଟିଂ କରିଥିବା ଦେଖିଥିଲେ ସେ । ଆଉ ଏସବୁ ଦେଖିବା ସମୟରେ କେଭେଲଙ୍କ ନଜରକୁ ଆସିଥିଲା ବିଭିନ୍ନ ଭେରାଇଟ କେକ ତିଆରି ପ୍ରଣାଳୀ । ଆଉ ଏହା ଦେଖିବା ପରେ କେଭେଲ ବାଛିନେଲେ ତାଙ୍କ କ୍ୟାରିୟର । ଆଉ ଆରମ୍ଭ କରିଦେଲେ ମିଶନ କେକ୍ ବିଜନେସ । କେକ ତିଆରି କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସା ପାଇବା ପରେ ଧୀରେ ଧୀରେ କେକ ପାଇଁ ଆସିଲା ଅର୍ଡର ଓ ବଢିଚାଲିଲା ବ୍ୟବସାୟ ।

କେଭେଲଙ୍କ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ଆଜି ସେ ଆତ୍ମନିର୍ଭରଶୀଳ ହୋଇଥିବାବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ବଡ ଭଉଣୀ । ତେବେ କେଭେଲଙ୍କ ଏହି ସଫଳତା ପାଇଁ ପରିବାର ବେଶ ଖୁସି । ଆଗମୀ ଦିନରେ କେଭେଲ କିଭଳି ଅଧିକ ପ୍ରତିଭା ଅର୍ଜନ କରିବେ ସେନେଇ ସମସ୍ତ ସୁବିଧା ଯୋଗାଉଛନ୍ତି ପରିବାର।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.