ETV Bharat / city

ବୟାଳିସ ମୌଜା ଥାନା ରୋକିବ ଅନେକ କ୍ରାଇମ: DCP

author img

By

Published : Dec 17, 2021, 9:29 PM IST

ରାଜ୍ୟରେ ମଜୁବୁତ କରାଯାଉଛି ଆଇନ ସେବା ବ୍ୟବସ୍ଥା । ଏଥିପାଇଁ ସରକାର ନୂଆ ଥାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବୟାଳିସ ମୌଜାରେ 3.5ଏକର ପରିମିତ ସ୍ଥାନରେ ନୂତନ ଥାନା ନିର୍ମାଣ କରାଯିବ । ଅଧିକ ପଢନ୍ତୁ

ବୟାଲିସ ମଉଜା ଥାନା ରୋକିବ ଅନେକ କ୍ରାଇମ : ଡିସିପି
ବୟାଲିସ ମଉଜା ଥାନା ରୋକିବ ଅନେକ କ୍ରାଇମ : ଡିସିପି

କଟକ: ରାଜ୍ୟରେ ମଜୁବୁତ କରାଯାଉଛି ଆଇନ ସେବା ବ୍ୟବସ୍ଥା । ଏଥିପାଇଁ ସରକାର ନୂଆ ଥାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ବୟାଳିସ ମୌଜାରେ 3.5ଏକର ପରିମିତ ସ୍ଥାନରେ ନୂତନ ଥାନା ନିର୍ମାଣ କରାଯିବ । ଅଞ୍ଚଳବାସୀଙ୍କ ତରଫରୁ ଥାନା ପାଇଁ ଦୀର୍ଘ ଦିନ ହେଲାଣି ଦାବି ହୋଇଆସୁଥିଲା । ଥାନା ନିର୍ମାଣ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ବୟାଳିସ ମୌଜା ଥାନା ରୋକିବ ଅନେକ କ୍ରାଇମ: DCP

କଟକ କମିଶନରେଟ ପୋଲିସ ଅଧୀନରେ ଥିବା 42 ମୌଜା ଫାଣ୍ଡିକୁ ଅପଗ୍ରେଡ କରାଯାଇଛି । 80ହଜାର ଲୋକସଂଖ୍ୟା ବିଶିଷ୍ଟ 42 ମୌଜ଼ା ଦ୍ୱିପାଞ୍ଚଳରେ ସାଧାରଣ ଲୋକେ ଆଇନ ସେବା ବହୁ ହଇରାଣ ହରକତ ହେଉଥିଲେ । ସାମାନ୍ୟ ଘଟଣା ପାଇଁ 15 କିମି ଦୂରରେ ଥିବା ସଦର ଥାନାକୁ ଯିବାକୁ ପଡୁଥିଲା ଅଞ୍ଚଳବାସୀଙ୍କୁ ।

ସେଥିପାଇଁ ଅଞ୍ଚଳବାସୀଙ୍କ ତରଫରୁ ଅନେକ ଦିନ ହେଲାଣି ଦାବି କରାଯାଉଛି । ତେବେ ସରକାରଙ୍କ ଘୋଷଣା ପରେ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । ବେଣ୍ଟକାର ଠାରେ 3.5 ଏକର ଜମିରେ ପ୍ରସ୍ତାବିତ ଥାନା ନିର୍ମାଣ ହେବ । ଅନ୍ୟପଟେ ଏହି ଅଞ୍ଚଳ ରେ କ୍ରାଇମ କଣ୍ଟ୍ରୋଲ ପାଇଁ ଏହି ଥାନା ମୁଖ୍ୟ ଭୂମିକା ଗ୍ରହଣ କରିବ । ଖୁବ ଶୀଘ୍ର ପୋଷ୍ଟିଂ କାର୍ଯ୍ୟ ଆରମ୍ଭ ହେବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.