ETV Bharat / city

IDCOରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର

author img

By

Published : Dec 21, 2021, 10:50 PM IST

ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର । ଇଡ୍‌କୋ ସମ୍ମିଳନୀ କକ୍ଷରେ ୨୫ ଜଣଙ୍କୁ ଡେପୁଟି ମ୍ୟାନେଜରଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢ଼ନ୍ତୁ

ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର
ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର

ଭୁବନେଶ୍ବର: ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର । ଇଡ୍‌କୋ ସମ୍ମିଳନୀ କକ୍ଷରେ ୨୫ ଜଣଙ୍କୁ ଡେପୁଟି ମ୍ୟାନେଜର ନିଯୁକ୍ତି ଦିଆଯାଇଛି । ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଇଡ୍‌କୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର

ଓଡ଼ିଶାର ଚିତ୍ର ବଦଳାଇବାରେ ଓଡ଼ିଶା ଉଦ୍ୟୋଗିକ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ) ପ୍ରମୁଖ ଭୂମିକା ନେଇଛି । ଓଡ଼ିଶାକୁ ଟ୍ରିଲିୟନ ଅର୍ଥନୀତିର ଅଂଶବିଶେଷ ଭାବେ ପରିଗଣିତ କରିବାରେ ମୁଖ୍ୟମନ୍ତ୍ରୀ ପରିକଳ୍ପନା କରିଛନ୍ତି । ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ଏହି ଯୁବ ଅଧିକାରୀମାନେ ପ୍ରଥମ ଦିନରୁ ସଂକଳ୍ପବଦ୍ଧ ହୋଇ ରାଜ୍ୟ ପାଇଁ କାମ କରିବାକୁ ହେବ । ଇଡ୍‌କୋ, କୃଷି ଭବନ, ୱାର୍ଲଡ ସ୍କିଲ ସେଣ୍ଟର, ଓ-ହବ୍‌ ଭଳି ଅତ୍ୟାଧୁନିକ ଅଟ୍ଟାଳିକା ନିର୍ମାଣ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଗାମୀ ଦିନରେ ଆହୁରି ଏଭଳି ଚମତ୍କାର ନିର୍ମାଣର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବାକୁ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।



ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । ସେ କହିଛନ୍ତି ଯେ, "ଲୋକଙ୍କ ସହ କାମ କରିବା ବେଳେ ସର୍ବଦା ନମ୍ରତା ଓ ସମ୍ମାନ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ସହ ନିଜକୁ ଅନ୍ୟଠାରୁ ଶିଖିବାରେ ପ୍ରସ୍ତୁତ ରଖିବାକୁ ହେବ । ନିଜର ମଧୁର ବ୍ୟବହାର ସରକାରଙ୍କ ଉତ୍ତମ ଭାବମୂର୍ତ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ । ସରକାରୀ ଅଧିକାରୀଙ୍କ ଉପରେ ଲୋକଙ୍କ ନଜର ରହିଥାଏ । ତେଣୁ ଭଲକାମ କରିବାକୁ ହେବ ।"

ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣ କୁମାର ଯୁବ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ପ୍ରାରମ୍ଭରେ ଇଡ୍‌କୋର ନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟ ସାଧାରଣ ପରିଚାଳକ ଡ. ଗଣେଶ୍ୱର ଜେନା ଏହି ନିଯୁକ୍ତି ପ୍ରକ୍ରିୟାକୁ କିପରି ଯୁଦ୍ଧକାଳୀନ ଭିତ୍ତିରେ ସଂଚାଳନ କରି ଦୀର୍ଘ ବର୍ଷ ପରେ ସ୍ୱାଧୀନ ଭାବେ ନିଗମ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ନବ ନିଯୁକ୍ତ ଏହି ଅଧିକାରୀମାନଙ୍କୁ ଅବଗତ କାର୍ଯ୍ୟକ୍ରମରେ ସାମିଲ କରି ଇଡ୍‌କୋ ସମ୍ବନ୍ଧରେ ତାଲିମ୍‌ ପ୍ରଦାନ କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି ।

ଭୁବେନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.