ETV Bharat / city

କାଳବୈଶାଖୀ ଆଶଙ୍କା, 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : May 10, 2021, 8:14 PM IST

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା, 14 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଲିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ...

କାଳବୈଶାଖୀ ନେଇ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କାଳବୈଶାଖୀ ନେଇ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତାକାଲି, ମଙ୍ଗଳବାର ସକାଳ ସୁଦ୍ଧା ୧୪ ଜିଲ୍ଲା ନୂଆପଡା,କଳାହାଣ୍ଡି,ବଲାଙ୍ଗୀର,ରାୟଗଡ଼ା,କନ୍ଧମାଳ,ବୌଦ୍ଧ,ଅନୁଗୁଳ,ଢେଙ୍କାନାଳ,କେଓଁଝର,ମୟୁରଭଞ୍ଜ,ଯାଜପୁର,ଭଦ୍ରକ ଓ ବାଲେଶ୍ବରରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

କାଳବୈଶାଖୀ ନେଇ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏସବୁ ଜିଲ୍ଲା ଗୁଡିକରେ ଗଛଲତା ଓ ଫସଲ ସାମାନ୍ୟ କ୍ଷତିଗ୍ରସ୍ତ ହେବା ସହ ଅଞ୍ଚଳବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ୮ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡଘଡି ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଛି । ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା ଜାରି ରହିବ ।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ସର୍ବାଧିକ ୮୨.୦ ମିମି ବର୍ଷା ରେକର୍ଡ ହୋଇଛି । ବାଲେଶ୍ବର ସୋରୋରେ ୮୦.୦ ମିମି,ପୁରୀ ଜିଲ୍ଲା ବ୍ରହ୍ମଗିରିରେ ୭୦.୦,ସୋନପୁର ଟରଭା ରର ୬୮.୦ ମିମି ବର୍ଷା ରେକର୍ଡ କରାଯାଇଛି।ବୌଦ୍ଧ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦.୫ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ୪୦ ଡିଗ୍ରୀ ତଳେ ତାପମାତ୍ରା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.