ETV Bharat / city

ଭର୍ଚୁଆଲରେ ସପ୍ତଶଯ୍ୟା ମହୋତ୍ସବ ଶୁଭାରମ୍ଭ

author img

By

Published : Jan 12, 2021, 5:42 PM IST

ଭର୍ଚୁଆଲରେ ଅନୁଷ୍ଠିତ ହେଲା ଢେଙ୍କାନାଳର ପ୍ରସିଦ୍ଧ ସପ୍ତଶଯ୍ୟା ମହୋତ୍ସବ । ଭୁବନେଶ୍ବରର ଏକ ଷ୍ଟୁଡିଓରେ ମହୋତ୍ସବ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ...

virtual saptasajya programme started in bhubaneswar
ଭର୍ଚୁଆଲରେ ସପ୍ତଶଯ୍ୟା ମହୋତ୍ସବର ଶୁଭାରମ୍ଭ

ଭୁବନେଶ୍ବର: ଭର୍ଚୁଆଲରେ ଅନୁଷ୍ଠିତ ହେଲା ଢେଙ୍କାନାଳର ପ୍ରସିଦ୍ଧ ସପ୍ତଶଯ୍ୟା ମହୋତ୍ସବ । ଭୁବନେଶ୍ବରର ଏକ ଷ୍ଟୁଡିଓରେ ଏକ ମହୋତ୍ସବ ଆୟୋଜିତ ହୋଇଛି । ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ଏହି ମହୋତ୍ସବ ଉଦଘାଟନ କରିଛନ୍ତି । ବିଗତ 5 ବର୍ଷ ଧରି ଏହି କାର୍ଯ୍ୟକ୍ରମ ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟାରେ ଅନୁଷ୍ଠିତ ହେଉଥିଲା ।

ଭର୍ଚୁଆଲରେ ସପ୍ତଶଯ୍ୟା ମହୋତ୍ସବ ଶୁଭାରମ୍ଭ

କୋରୋନା ସଂକ୍ରମଣ ଯୋଗୁଁ ଏଥର ସବୁ ପ୍ରକାର ସାଂସ୍କୃତିକ ମହୋତ୍ସବ ବନ୍ଦ ରହିଛି। ବିଭିନ୍ନ କାର୍ଯ୍ୟକ୍ରମ ଭର୍ଚୁଆଲ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସପ୍ତଶଯ୍ୟା ମହୋତ୍ସବ ମଧ୍ୟ ଭର୍ଚୁଆଲରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ସପ୍ତଶଯ୍ୟା ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ସହିତ ବିଶିଷ୍ଟ ସିନେ ଅଭିନେତା ପ୍ରଶାନ୍ତ ନନ୍ଦ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ଜୀବନବ୍ୟାପି ସାଧନା ପାଇଁ ସମ୍ମାନୀତ କରାଯାଇଛି।

ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଦେବାନଶୀ ନୃତ୍ୟ ପରିବେଶଣ କରାଯିବ। ସାଧାରଣ ଦର୍ଶକମାନେ ଦେବାନଶୀ ଡ୍ୟାନ୍ସ ଏକାଡେମୀ ଫେସବୁକ ପେଜ ଓ ୟୁଟ୍ୟୁବ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖି ପାରିବେ । ଏନେଇ ମହୋତ୍ସବ ଆୟୋଜକ ଗୌରୀ ଶଙ୍କର ଦାଶ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.