ETV Bharat / city

86ତମ ପୁଣ୍ୟତିଥିରେ ମନେପଡନ୍ତି ଓଡିଆ ଜାତିର ଗର୍ବ ଓ ଗୌରବ

author img

By

Published : Feb 4, 2021, 10:05 AM IST

Updated : Feb 4, 2021, 10:24 AM IST

ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ପୁଣ୍ୟତିଥି । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ଆଜି ତାଙ୍କ 86 ତମ ପୁଣ୍ୟତିଥିରେ ମନେ ପକାଉଛନ୍ତି ପ୍ରତ୍ୟେକ ଓଡିଆ ।

ଓଡିଆ ଜାତିର ଗର୍ବ ମଧୁବାବୁ
ଓଡିଆ ଜାତିର ଗର୍ବ ମଧୁବାବୁ

ଭୁବନେଶ୍ବର: ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ପୂରବ ଗୌରବ ପୁରବ ସାହସ ପଡିବ କି କେବେ ମନେ । ଏହି ଉକ୍ତି ମନେ ପକେଇଦିଏ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଥା । ଓଡ଼ିଶାର ପ୍ରଥମ ଗ୍ରାଜୁଏଟ,ପ୍ରଥମ ଏମ୍ଏ,ପ୍ରଥମ ଓକିଲ,ପ୍ରଥମ ମନ୍ତ୍ରୀ, ପ୍ରଥମ ଓଡ଼ିଆ ବିଲାତଯାତ୍ରୀ ତଥା ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନଦାସଙ୍କ ଆଜି ହେଉଛି ପୁଣ୍ୟତିଥି । ଆଜି ବି ସେ ପ୍ରତ୍ୟେକ ଓଡିଆଙ୍କ ମଧ୍ୟରେ ଜୀବିତ ।

ଓଡିଶାର ଅଗ୍ରଗତି ନିମନ୍ତେ ସେ କରିଥିଲେ ଅନେକ ଚେଷ୍ଟା । ପ୍ରଥମେ ସେ ଗଢିଥିଲେ ଉତ୍କଳ ସବା । ପରେ ତାଙ୍କ ଉଦ୍ୟମରେ 1903 ମସିହାରେ ଜନ୍ମ ନେଇଥିଲା ଉତ୍କଳ ସମ୍ମିଳନୀ । ନିଜ ମାଟିକୁ ନେ ଖୁବ ଭଲ ପାଉଥିଲେ । ଆଉ ଓଡିଶାକୁ ନେଇ ଗର୍ବ କରୁଥିଲେ । ତାଙ୍କ ତ୍ୟାଗ, ସ୍ବାଭିମାନ ଓ କର୍ମପ୍ରବଣତା ଅତୁଳନୀୟ । ସର୍ବୋପରି ସେ ଦୃଢପ୍ରତିଜ୍ଞ ଓ ଏକା ଏକା ଚାଲିବା ପାଇଁ ଥିଲେ ପ୍ରତିଶୃତି ବଦ୍ଧ । ଇଂରେଜ ସରକାରଙ୍କ ଷଡଯନ୍ତ୍ରରୁ ପୁରୀ ଶ୍ରୀମନ୍ଦିରକୁ ମୁକୁଳାଇ ଓଡିଆ ଜାତିର ପୂଜ୍ୟ ହୋଇଥିଲେ ।

ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ତାଙ୍କ ଲିଖିତ ଉତ୍କଳ ସନ୍ତାନ, ଜାତି ଇତିହାସ ଆଦି ବହୁଳଭାବେ ପାଠକ ମାନଙ୍କ ଦ୍ବାରା ଆଦୃତ ହେଇ ଥିଲା ।

1934 ମସିହା ଫେବୃଆରୀ ଆଜିର ଦିନରେ ଓଡିଆ ସ୍ବାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କ ପରଲୋକ ହୋଇଥିଲା । ଆଉ ମରିବା ପୂର୍ବରୁ କହିଯାଇଥିଲେ 'ମୁଁ ତ ଯାଉଛି ମନେ ରଖିଥିବ ଜମେ ଓଡିଆ ଥିଲା' । ପ୍ରତିବର୍ଷ ତାଙ୍କ ସ୍ମରଣରେ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ । ୟେଉଁଠି ଛାତ୍ରଛାତ୍ରୀମାନେ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କିଛି କବିତା....

  • 'ଆଶା ଥିଲା ମନେ ଦେଖିବି ଜୀବନେ ଉତ୍କଳ-ମାତାର ସହାସ୍ୟ ବଦନ ସେ ଆଶା ତୁଟିଲା ସ୍ଵପନ ଭାଙ୍ଗିଲା ନ ଦେଖି ଉତ୍କଳେ କରତବ୍ୟ ଜ୍ଞାନ'
  • 'ଜନନୀର ଦେଖା କରିବାରେ ଇଚ୍ଛା ଯଦି ହୋଇଥାଏ ମନେ ଉତ୍କଳର ମାଟି ଆଲିଙ୍ଗନ କରି ତା ଧୂଳି ଲେପ ବଦନେ'
  • 'ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତି ପ୍ରାଣ ଜାତୀୟ ଜୀବନ ନ ମିଳିବ କଲେ ବାଟେ ଘାଟେ ଅନ୍ବେଷଣ '

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2021, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.