ETV Bharat / city

ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟ୍ୱିଟ

author img

By

Published : Aug 17, 2020, 3:22 PM IST

Updated : Aug 17, 2020, 4:00 PM IST

୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ । ଅଧିକ ପଢନ୍ତୁ...

ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ
ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ

ଭୁବନେଶ୍ବର: ମୋଦି ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ଯୋଗାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ
ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ

ଏ ସମ୍ପର୍କରେ ମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, 'ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ କରିବାରେ ଅର୍ଥନୈତିକ କରିଡ଼ର ଭାବେ କାର୍ଯ୍ୟ କରିବ। ଏହାସହ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ବନ୍ୟା ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଉପକୂଳ ଅଞ୍ଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ କରିବାରେ ସହାୟକ ହେବ । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ବଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଧିକ ଯୋଗଦାନ ରହିବ'।

@dpradhanbjp
@dpradhanbjp

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,' ଆତ୍ମନିର୍ଭର ଭାରତ ପାଇଁ ଭିତ୍ତିଭୂମିର ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଦୂରଦୃଷ୍ଟି ରହିଛି । ଜାତୀୟ ଭିତ୍ତିଭୂମି ପାଇପଲାଇନ କେବଳ ଭିତ୍ତିଭୂମି ତିଆରି କରିବାରେ ବୈପ୍ଲବିକ ପରିବର୍ତ୍ତନ କରିବ ନାହିଁ ବରଂ କୋଭିଡ-୧୯ ପ୍ରଭାବରେ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ମଧ୍ୟ ଦୂର କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭିତ୍ତିଭୂମି ଏବଂ ଉତ୍ତମ ସଂଯୋଗ ସ୍ଥାପନା ଦିଗରେ ଓଡ଼ିଶା ଅଧିକ ଲାଭବାନ ହୋଇପାରିଛି । ସୁଦୀର୍ଘ ବେଳାଭୂମି, ଭାରତର ବୃହତ୍ତମ ବିପଣନ ବନ୍ଦର ଏବଂ ପାରାଦୀପ ସ୍ଥିତ ପେଟ୍ରୋଲିୟମ କମ୍ପ୍ଲେକ୍ସ ସହ ଓଡ଼ିଶା ନିଜର ଭୌଗଳିକ ସ୍ଥିତି କାରଣରୁ ଭିତ୍ତିଭୂମିକୁ ଅଧିକ ମଜବୁତ କରିବାର ସାମର୍ଥ୍ୟ ରଖିଛି ବୋଲି ସେ କହିଛନ୍ତି ।’

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 17, 2020, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.