ETV Bharat / city

ଜଳ ସମ୍ପଦ ବିଭାଗ ଓ UNICEF ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

author img

By

Published : Nov 25, 2021, 8:33 AM IST

ଜଳ ସମ୍ପଦ ବିଭାଗ (State Water Resources Department )ଓ ୟୁନିସେଫ (UNICEF) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର । ବିଭାଗର ଯୋଗାଯୋଗ ଓ ନୀତି ଉପକ୍ରମ ହେବ ସୁଦୃଢ । ଅଧିକ ପଢନ୍ତୁ

State Water Resources Department & ଓ  UNICEF  ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର
State Water Resources Department & ଓ UNICEF ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ବର: ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ୟୁନିସେଫ ମଧ୍ୟରେ ବୁଝାମଣା ପତ୍ର (MOU) ସ୍ବାକ୍ଷରିତ । ୫T ଉପକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସ୍ବରୂପ ବିଭାଗର ଯୋଗାଯୋଗ ଓ ନୀତି ଉପକ୍ରମଗୁଡିକର ସୁଦୃଢୀକରଣ ପାଇଁ ସହଯୋଗ ନିମନ୍ତେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତା କରିଥିଲେ । ଯତ୍ନଶୀଳ ଓ ବିଜ୍ଞତାର ସହ ଜଳର ସୁବ୍ୟବହାର, ବଣ୍ଟନରେ ସମାନତା, ସଂରକ୍ଷଣ, ପରିଚାଳନାରେ ମହିଳାମାନଙ୍କ ପ୍ରମୁଖ ଭାଗିଦାରିତା ନେଇ ଜଳସେଚନ ପରିଚାଳନା କରିବା ଏହି ଉଦ୍ୟମର ଲକ୍ଷ୍ୟ ରହିଛି ।

State Water Resources Department & ଓ UNICEF ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଏନେଇ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ଜଳ ସମ୍ପଦ ବିଭାଗ ପ୍ରଥମ ଥର ଅଧିକ ଗୋଷ୍ଠୀଙ୍କୁ ନିୟୋଜିତ କରି ଜଳ ପରିଚାଳନା, ଜଳ ସଂରକ୍ଷଣ (Water conservation )ଓ ଜଳକୁ ପରିଷ୍କାର କରିବା ନେଇ ରହିଥିବା ଏହାର କ୍ଷମତା ନିୟନ୍ତ୍ରଣକୁ କୋହଳ କରୁଛନ୍ତି । ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମକୁ ଜଳ ପରିଚାଳନା କରିବାକୁ ପଡିବ । ଏ ସମ୍ପର୍କରେ ରହିଥିବା ପ୍ରମୁଖ ‘ନିରନ୍ତର ବିକାଶ ଲକ୍ଷ୍ୟ’ ସାଧନ ଯଥା-ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳର ସୁବିଧା ପରିମଳ ଓ ସ୍ବାସ୍ଥ୍ୟ ରକ୍ଷା, ଉନ୍ନତ ଗୁଣାତ୍ମକ ଜଳର ଉପଲବ୍ଧତା, ବର୍ଜ୍ୟଜଳର ପ୍ରକ୍ରିୟାକରଣ ଓ ନିରାପଦ ପୁନଃ ବ୍ୟବହାର, ଜଳ ପୁନଃ ବ୍ୟବହାର ଦକ୍ଷତା ବୃଦ୍ଧି, ସମନ୍ୱିତ ଜଳ ସମ୍ପଦର ପରିଚାଳନା, ଜଳ ସଂପର୍କିତ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ଅଂଶୀଦାରମାନେ କାର୍ଯ୍ୟ କରିବା ପାଇଁ ପୁନଶ୍ଚ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ ।

ରାଜ୍ୟ ଜଳ ନୀତିର ପୁନଃ ତର୍ଜମା କରିବା, ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନକୁ ଉତ୍କର୍ଷ କେନ୍ଦ୍ର ରୂପେ ପ୍ରତିଷ୍ଠା, ‘ୟୁଥ୍ ଫର ୱାଟର’, ‘ମୋ ନଦୀ’ କାର୍ଯ୍ୟକ୍ରମର ପ୍ରଚାର ଆଦି ପ୍ରମୁଖ ବ୍ୟବସ୍ଥା ଆଗାମୀ ଦିନରେ ୟନିସେଫ୍‌ର ମିଳିତ ପ୍ରୟାସରେ ସାଧନ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିକଶିତ ୱେବସାଇଟ୍ ‘ୟୁଥ୍ ଫର ୱାଟର’ କୁ ପ୍ରମୁଖ ଶାସନ ସଚିବ ଶୁଭାରମ୍ଭ କରିଛନ୍ତି ।

ୟୁନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସନ ବୁଝାମଣା ପତ୍ରରେ ସ୍ବାକ୍ଷର ଅବସରରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ଯେ, ବହୁମାତ୍ରାରେ ସହରୀକରଣ, କୃଷି ପଦ୍ଧତିରେ ପରିବର୍ତ୍ତନ ଏବଂ ଶିଳ୍ପର ବୃଦ୍ଧି ଆମକୁ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ଏବଂ ଜଳ ଓ ଯୋଗାଯୋଗ ପାଇଁ ଅଧିକ ଯୋଜନାବଦ୍ଧ ଓ ତ୍ବରିତ ବ୍ୟବସ୍ଥାରେ କାର୍ଯ୍ୟକରିବାକୁ ବାଧ୍ୟ କରାଇଛି । ବିଭିନ୍ନ କ୍ଷେତ୍ରରେ ଏଥି ପାଇଁ ଆହ୍ୱାନ ରହିଛି । ତନ୍ମଧ୍ୟରୁ କେତେକ କ୍ଷେତ୍ରରେ ମୁକାବିଲା ପାଇଁ ଆମକୁ ଅଧିକ ଗୁରୁତ୍ବ ଦେବାକୁ ହେବ ।

ଅଧିକ ପ୍ରଭାବୀ ଯୋଗାଯୋଗ ପ୍ରଚାର ବ୍ୟବସ୍ଥା ଏବଂ ଜଳ ନୀତି ବିଶେଷ କରି ପିଲାମାନଙ୍କୁ ଏବଂ ମହିଳାମାନଙ୍କୁ ଜଳର ପୋଷଣୀୟ ବ୍ୟବହାର ଓ ସଂରକ୍ଷଣ ପାଇଁ ୟନିସେଫ୍ ପ୍ରତିବଦ୍ଧ ବୋଲି ୟୁନିସେଫ୍ କ୍ଷେତ୍ର ଅଧିକାରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.