ETV Bharat / city

ମୋଦିଙ୍କ ସହ ଚନ୍ଦ୍ରଯାନ-2 ଅବତରଣ ଦେଖିବେ ଓଡିଆ ଛାତ୍ରୀ

author img

By

Published : Sep 1, 2019, 10:55 PM IST

ଆସନ୍ତା 7 ତାରିଖ ରାତି 1ଟା 55 ମିନିଟରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ମୋଦି ବାଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟଳୟରେ ଉପସ୍ଥିତ ରହି ଦେଖିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଦେଶର 60 ଜଣ ଛାତ୍ରଛାତ୍ରୀଙ୍କ ସହ 2 ଜଣ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 7 ତାରିଖ ରାତି 1ଟା 55 ମିନିଟରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ମୋଦି ବାଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟଳୟରେ ଉପସ୍ଥିତ ରହି ଦେଖିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଦେଶର 60 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ । ଏହି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ମାଧ୍ୟମରେ ମନୋନୀତ କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏଥିରେ 2 ଜଣ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଝାରସୁଗୁଡା ଏମସିଏଲ ଡ଼ିଏଭି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରୀ ସରନ୍ୟା ନନ୍ଦ ।

ଅଗଷ୍ଟ 10 ରୁ 25 ତାରିଖ ପର୍ଯ୍ୟନ୍ତ ସାରା ଦେଶର ସବୁ ରାଜ୍ୟରେ ଏକାଧିକ ପର୍ଯ୍ୟାୟ ବିଶିଷ୍ଟ ବିଜ୍ଞାନ କୁଇଜ ପରୀକ୍ଷା କରାଯାଇଥିଲା । 10 ମିନିଟ ରେ 20 ଟି ପ୍ରଶ୍ନ ଦେବାକୁ ସମୟ ରହିଥିଲା । 2 ଓଡିଆ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମନୋନୀତ ହୋଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭ ଭାରତ

Intro:ଚନ୍ଦ୍ରଜାନ 2 ଅବତରଣ ଦେଖିବେ ଦୁଇ ଓଡ଼ିଆ ଛାତ୍ରଛାତ୍ରୀ


Body:ଚନ୍ଦ୍ରଜାନ 2 ଅବତରଣ ଦେଖିବେ ଦୁଇ ଓଡ଼ିଆ ଛାତ୍ରଛାତ୍ରୀ
ଆସନ୍ତା 7 ତାରିଖ ରାତି ଗୋଟାଏ 55 ମିନିଟ ରେ ଚନ୍ଦ୍ରପୃଷ୍ଠ ରେ ଅବତରଣ କରିବ ଚାନ୍ଦ୍ରଜାନ 2। ଅନ୍ୟ ପଟେ ଏହି ଅବତରଣ କୁ ନେଇ ସାରା ଦେଶ ରୁ 60 ଜଣ ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା ମାଧ୍ୟମରେ ମନେନିତ କରାଯାଇଛି। ଏଥିରେ ଦୁଇ ଜଣ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। ଝାରସୁଗୁଡା ଏମସିଏଲ ଡ଼ିଏଭି ସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ର ସାରନ୍ୟା ନନ୍ଦ ।ଏଥି ପାଇଁ ପ୍ରଧାନମନ୍ତ୍ରୀ ଓ ଛାତ୍ରଛାତ୍ରୀ ଇସ୍ରୋ ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟଳୟ ରେ ଉପସ୍ଥିତ ରହିବେ। ଅଗଷ୍ଟ 10 ରୁ 25 ତାରିଖ ପର୍ଯ୍ୟନ୍ତ ସାରା ଦେଶ ର ସବୁ ରାଜ୍ୟ ରେ ଏକାଧିକ ପର୍ୟ୍ୟୟ ବିଶିଷ୍ଟ ବିଜ୍ଞାନ କୁଇଜ ଅନଲାଇନ ରେ ଆସିଥିଲା ,10 ମିନିଟ ରେ 20 ଟି ପ୍ରଶ୍ନ ଦେବା କୁ ପଡ଼ିଥିଲା।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.