ETV Bharat / city

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଟ୍ରେଡ ୟୁନିଅନର ପ୍ରତିବାଦ

author img

By

Published : Jul 3, 2020, 12:01 PM IST

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତି ବିରୋଧରେ ଟ୍ରେଡ ୟୁନିଅନର ପ୍ରତିବାଦ । ଶ୍ରମ ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନ । ଅଧିକ ପଢନ୍ତୁ....

trade union protest in bhubaneswar
କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତି ବିରୋଧରେ ଟ୍ରେଡ ୟୁନିୟନର ପ୍ରତିବାଦ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଟ୍ରେଡ ୟୁନିଅନର ପ୍ରତିବାଦ । ୬ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଜନ ବିରୋଧୀ ନୀତି ବିରୋଧରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଠାରେ ପ୍ରତିବାଦ କରାଯାଇଛି । ଲକଡ଼ାଉନ ଓ ସଟଡ଼ାଉନ ଶ୍ରମିକ ଓ କର୍ମଜୀବୀଙ୍କ ଜୀବିକା ଛଡାଇ ନିଆଯାଇଛି । ଶ୍ରମ ଆଇନ ସଂଶୋଧନ କରି ପୁଞ୍ଜି ପ୍ରତ୍ୟାହାର କରାଯାଉଛି । ଏହା ସହ ଶ୍ରମ ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନ କରାଯାଇଛି । ଏହାସହ ଦେଶରେ 24 କୋଟି ଲୋକ ଜୀବିକା ହରାଇଲେଣି ବେକାରୀ 27 ପ୍ରତିଶତ ରହିଛି । 35 ପ୍ରତିଶତ ଏମ୍ଏସଏମ୍ଇ ପୁନରୁଦ୍ଧାର ଅବସ୍ଥାରେ ନାହିଁ ବୋଲି କହିଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ ।

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତି ବିରୋଧରେ ଟ୍ରେଡ ୟୁନିୟନର ପ୍ରତିବାଦ

48 ଲକ୍ଷ କେନ୍ଦ୍ର ସରକାର କର୍ମଚାରୀ ଓ 68 ଲକ୍ଷ ପେନସନଧାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରାଯାଇଛି । ଗୋଟିଏ ମାସରେ ପେଟ୍ରୋଲ ଡିଜେଲ ଉପରେ 9 ଟଙ୍କାରୁ ଅଧିକ ଟିକସ ନିଆଯାଇଛି । ପେଟ୍ରୋଲ ଓ ଡିଜେଲ ଉପରେ 31 ଟଙ୍କା ଓ ଡିଜେଲ 34 ଟଙ୍କା ଟିକସ ଲଗାଯାଉଛି । ରାଜ୍ୟରେ 45 ଲକ୍ଷ ଅଧିକ ଶ୍ରମିକ ଜୀବିକା ହରାଇଥିବା ବେଳେ 20 ଲକ୍ଷ ପ୍ରବାସୀ ଶ୍ରମିକ ଘର ମୁହାଁ ହୋଇଛନ୍ତି । ଦରଦାମ ହୁ ହୁ ହୋଇ ବଢ଼ିଛି । ଆତ୍ମନିର୍ଭର ଭାରତ ନାଁରେ ପ୍ରତିରକ୍ଷା , କୋଇଲା,ରେଳବାଇ, ଆଣବିକ ଶକ୍ତି, ବ୍ୟାଙ୍କ ଓ ବୀମା ଖୁଚୁରା କ୍ଷେତ୍ରରେ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମ ଆରମ୍ଭ ହୋଇଛି । ଆୟକର ଦେଉନଥିବା ପରିବାରକୁ 6 ମାସ ପର୍ଯନ୍ତ ମାସିକ 7500 ଟଙ୍କା ଦେବାକୁ ଦାବି କରାଯାଇଛି । ପେଟ୍ରୋଲ ଓ ଡିଜେଲ ବାର୍ଦ୍ଧିତ ଦର ପରିବର୍ତ୍ତନ, ନରେଗା ମଜୁରୀକୁ 500 ଟଙ୍କାକୁ ବଢାଇବା ସହ ଶ୍ରମଆଇନ ପ୍ରତ୍ୟାହାର ଦାବି କରି ଏହି ପ୍ରତିବାଦ କରାଯାଇଛି । ଏହାସହ ଆଗାମୀ ଦିନରେ ମଧ୍ୟ ଟ୍ରେଡ ୟୁନିୟନ ପକ୍ଷରୁ ଯୋରଦାର ପ୍ରତିବାଦ କରାଯିବ ବୋଲି କହିଛନ୍ତି ରାମକୃଷ୍ଣ ପଣ୍ଡା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.