ETV Bharat / city

ପାଣିପାଗ ବିଭାଗର ପୂର୍ବାନୁମାନ, 3 ରୁ 4 ଡିଗ୍ରୀ ବଢିବ ତାପମାତ୍ରା

author img

By

Published : Mar 14, 2021, 8:27 PM IST

ଆଗକୁ ବଢିବ ଖରା, ଏପରିକି ଦିନର ସ୍ବାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ....

ପାଣିପାଗ ବିଭାଗର ପୂର୍ବାନୁମାନ , 3 ରୁ 4 ଡିଗ୍ରୀ ବଢିବ ତାପମାତ୍ରା
ପାଣିପାଗ ବିଭାଗର ପୂର୍ବାନୁମାନ , 3 ରୁ 4 ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ବର: ଆଗକୁ ବଢିବ ଖରା, ଏପରିକି ଦିନର ସ୍ବାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗକୁ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା, ସୋମବାର ମଧ୍ୟରେ ପାଗ ଶୁଖିଲା ରହିବ, ତାପମାତ୍ରା ମଧ୍ୟ ସ୍ବାଭାବିକ ତାପମାତ୍ରା ଠାରୁ ଅଧିକ ରହିବ।

ପାଣିପାଗ ବିଭାଗର ପୂର୍ବାନୁମାନ , 3 ରୁ 4 ଡିଗ୍ରୀ ବଢିବ ତାପମାତ୍ରା

ଗତ ୨୪ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ହୋଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସର୍ବାଧିକ ୧୭.୪ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଅନୁଗୁଳ,ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସୁନ୍ଦରଗଡ଼ ଓ ଫୁଲବାଣୀରେ ୧୫.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.