ETV Bharat / city

ରାଜଧାନୀରେ ସାଇବର କ୍ରାଇମ ଉପରେ ନଜର ରଖିବ ଟିମ୍‌ ସ୍ପାଇଡର

author img

By

Published : Aug 2, 2020, 8:08 PM IST

ରାଜଧାନୀରେ ବଢି ଚାଲିଛି ସାଇବର କ୍ରାଇମର ମାତ୍ରା । ଗତ 5 ମାସରେ ଏନେଇ ଦାଖଲ ହେଲାଣି 500 ଅଭିଯୋଗ। ଅର୍ଥନୈତିକ ଠକେଇଠାରୁ ଆରମ୍ଭ କରି ଡାଟା ଚୋରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାଇବର କ୍ରାଇମର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ।

bhubaneswar latest news, cyber crime in bhubaneswar, cyber crime, cyber crime tackling in bhubaneswar, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବରରେ ସାଇବର କ୍ରାଇମ, ସାଇବର କ୍ରାଇମ, ଭୁବନେଶ୍ବରରେ ସାଇବର କ୍ରାଇମ ମୁକାବିଲା
ରାଜଧାନୀରେ ସାଇବର କ୍ରାଇମ ଉପରେ ନଜର ରଖିବ ଟିମ୍‌ ସ୍ପାଇଡର

ଭୁବନେଶ୍ବର: ରାଜଧାନୀରେ ବଢି ଚାଲିଛି ସାଇବର କ୍ରାଇମର ମାତ୍ରା । ଗତ 5 ମାସରେ ଏନେଇ ଦାଖଲ ହେଲାଣି 500 ଅଭିଯୋଗ। ଅର୍ଥନୈତିକ ଠକେଇଠାରୁ ଆରମ୍ଭ କରି ଡାଟା ଚୋରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାଇବର କ୍ରାଇମର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ । ଏପରିକି ଅଫିସିଆଲ ୱେବସାଇଟ ହ୍ୟାକଠାରୁ ଆରମ୍ଭ କରି ବ୍ୟାକଅପ ନଷ୍ଟ ଓ ବ୍ଲାକମେଲଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଫେକ ତଥ୍ୟ ସର୍କୁଲେଟ ପର୍ଯ୍ୟନ୍ତ ମଧ୍ୟ ଏକ ବଡ ସମସ୍ୟା ପରି ଉଭା ହୋଇଛି । ଏନେଇ ଏକ ବଡ ଧରଣର କ୍ଷତି ସହୁଛନ୍ତି ସାଇବର ଲୁଟ୍‌ର ଶିକାର ହେଉଥିବା ବ୍ୟକ୍ତି ।

ରାଜଧାନୀରେ ଏପରି ଅନେକ ଧରଣର ସାଇବର ଅପରାଧ ମୁଣ୍ଡ ଟେକିଥିବାବେଳେ ଏସବୁ ମୁକାବିଲା ନେଇ ଡିସିପି ଅଫିସରେ ଆରମ୍ଭ ହୋଇଛି ନୂଆ ସେଟଅପ । ଅର୍ଥାତ ସାଇବର କ୍ରାଇମ ରୋକିବା ନେଇ ଗଠନ କରାଯାଇଛି ଏକ ସ୍ବତନ୍ତ୍ର ଟିମ । ଯେଉଁଥିରେ ଅଛନ୍ତି ତିନି ଜଣ ସବ ଇନସ୍ପେକ୍ଟର ଓ କିଛି ପୋଲିସ କର୍ମଚାରୀ । ଏହା ସହିତ କିଛି ସାଇବର ଏକ୍ସପର୍ଟ ଓ ଆଇଟି ଏକ୍ସପର୍ଟ ମଧ୍ୟ ଏଥିରେ ସହାୟତା କରୁଛନ୍ତି । ଏନେଇ ପ୍ରଥମ ପର୍ଯ୍ୟାୟରେ ତିନି ଜଣ ସବଇନସ୍ପେକ୍ଟରଙ୍କୁ ଏନେଇ ତାଲିମ ଦିଆଯାଇଛି ଏବଂ ସ୍ବତନ୍ତ୍ର ସେଟଅପ କରାଯାଇଛି । ଯେଉଁଥିରେ ହାଇ ସ୍ପିଡ ଇଣ୍ଟରନେଟ ସହ କିଛି ସର୍ଭର ଆକ୍ସେସ ପାଇଁ ଅନୁମତି ମିଳିଛି ।

ତେବେ ଅତ୍ୟାଧୁନିକ ପ୍ରଣାଳୀର ଏକ ସଫ୍ଟ ଓୟାର ମଧ୍ୟ ବ୍ୟବହାର କରାଯାଉଛି । ଯେଉଁଥିରେ ସହଜରେ ତୁରନ୍ତ ଓ କ୍ଷଣିକ ମଧ୍ୟରେ ଲୁଟ୍‌ର ଶିକାର ହେଉଥିବା ବ୍ୟକ୍ତିଠାରୁ ଟଙ୍କା କେଉଁ ଆକାଉଣ୍ଟକୁ ଯାଉଛି ଏବଂ କେଉଁ ଆକାଉଣ୍ଟରୁ ଟଙ୍କା କିପରି ବ୍ୟବହାର କରାଯାଉଛି, ଆକାଉଣ୍ଟର ୟୁଜର ଆଦି ସମ୍ପର୍କରେ ତଥ୍ୟ ମିଳିପାରିବ । ଏଥିପାଇଁ ଏହି ସେଟଅପ୍‌ର ନାଁ ସ୍ପାଇଡର ରଖାଯାଇଛି । ଅର୍ଥାତ୍‌ ଏଣିକି ରାଜଧାନୀର ବିଭିନ୍ନ ଥାନାରେ ହେଉଥିବା ସାଇବର କ୍ରାଇମ ମାମଲାକୁ ତୁରନ୍ତ ରିପୋର୍ଟ ପରେ ତଦନ୍ତ କରିବ ଟିମ ସ୍ପାଇଡର ।

ଏହି ସ୍ପାଇଡର ଟିମ୍‌ ସାଇବର ଅପରାଧ ମୁକାବିଲା ଦିଗରେ କାମ କରିବ । ଏନେଇ ଏକ ଇଣ୍ଟରନାଲ ଅପରେସନ କହି ବାସ ଏକ ଟିମ ଗଠନ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.