ETV Bharat / city

Matric Exam: ଅଫଲାଇନ ପରୀକ୍ଷାକୁ ସ୍ବାଗତ କଲେ ଛାତ୍ରଛାତ୍ରୀ

author img

By

Published : Mar 11, 2022, 5:26 PM IST

ଆସନ୍ତା ଏପ୍ରିଲ ୨୯ ତାରିଖରୁ ହେବ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା । ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ସ୍ବାଗତ ଜଣାଇଛନ୍ତି । ଅଧିକ ପଢନ୍ତୁ

Matric Exam: ଅଫଲାଇନ ହେବା ନେଇ ସ୍ବାଗତ କଲେ ଛାତ୍ରଛାତ୍ରୀ
Matric Exam: ଅଫଲାଇନ ହେବା ନେଇ ସ୍ବାଗତ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଦେବାକୁ ଯାଉଛନ୍ତି ଦଶମ ଛାତ୍ରଛାତ୍ରୀ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦଶମ ପରୀକ୍ଷା ଅଫଲାଇନରେ କରାଯାଉଛି । ନିଜ ସ୍କୁଲରେ ପରୀକ୍ଷା ହେବାକୁ ଯାଉଥିବା ବେଳେ ଏହି ନିଷ୍ପତ୍ତିକୁ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିଛନ୍ତି ।

Matric Exam: ଅଫଲାଇନ ହେବା ନେଇ ସ୍ବାଗତ କଲେ ଛାତ୍ରଛାତ୍ରୀ

ଚଳିତବର୍ଷ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ 29 ରୁ ମେ 6 ତାରିଖ ମଧ୍ୟରେ ମ୍ୟାଟ୍ରିକର ସମସ୍ତ ପରୀକ୍ଷା ଶେଷ ହେବ। ମ୍ୟାଟ୍ରିକର ସମ୍ମେଟିଭ ଆସେସମେଣ୍ଟ 2 ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରାଯାଇଛି । ନିଜ ସ୍କୁଲରେ ଅନୁଷ୍ଠିତ ହେବ ପରୀକ୍ଷା । ଏହାର ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ । ଯଦି ନିଜ ସ୍କୁଲରେ ପରୀକ୍ଷାରେ ସମସ୍ୟା ହୁଏ, ତେବେ ଛାତ୍ରଛାତ୍ରୀଙ୍କୁ ନିକଟତମ ସ୍କୁଲରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ।

କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ରକାର ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହେବ। ୩ଟି ପ୍ରଣାଳୀରୁ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହାକୁ ଫାଇନାଲ ମାର୍କ ବୋଲି ଧରାଯିବ । ପ୍ରଥମ ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି । ୩ଟି ହେଉଛି ପରିଷଦ ଦ୍ବାରା ନୂତନ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି । 1ମ ପଦ୍ଧତିରେ ସମ୍ମେଟିଭ-1 ଓ ଇଣ୍ଟରନାଲ ଆସେସମେଣ୍ଟର 2 ଗୁଣ, 2ୟ ପଦ୍ଧତିରେ ସମ୍ମେଟିଭ-2ର ମାର୍କ 2 ଗୁଣ କରି ହିସାବ କରାଯିବ। 3ୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟର 20%, ସମ୍ମେଟିଭ-1 ରୁ 30%, ସମ୍ମେଟିଭ 2 ରୁ 50% ନିଆଯାଇ ମାର୍କିଂ କରାଯିବ ।

ୟୁନିଟ 1 ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା କହିଛନ୍ତି ଯେ ଏହା ବହୁତ ସ୍ବାଗତଯୋଗ୍ୟ ପଦକ୍ଷେପ। ଯେଉଁ ପିଲାମାନେ ଯେଉଁ ପରୀକ୍ଷାରେ ଭଲ କରିଥିବେ ସେହି ଅନୁଯାୟୀ ମାର୍କ ମିଳିବ। ଶେଷ ଦୁଇ ବର୍ଷ ହେଲା ପିଲାମାନେ ଠିକ ଭାବେ ପରୀକ୍ଷା ଦେଇପାରିନଥିଲେ । ତେଣୁ ଚଳିତ ବର୍ଷ ଅଫଲାଇନ ପରୀକ୍ଷାକୁ ନେଇ ବେଶ ଭଲ ପଦକ୍ଷପ । ଏପଟେ ପିଲାଙ୍କର ସମସ୍ତ କୋର୍ସ ସରିଯାଇଛି । ବର୍ତ୍ତମାନ ସେମାନଙ୍କର ରିଭିଜନ ସରିଛି ।

10ମ ଶ୍ରେଣୀ ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଳାସ ଚାଲିଛି । ଆଶା କରାଯାଉଛି ଯେ ପିଲାମାନେ ଭଲ ରେଜଲ୍ଟ କରିବେ। 10ମ ଶ୍ରେଣୀ ଛାତ୍ରୀ କହିଛନ୍ତି ଯେ ପରୀକ୍ଷାକୁ ନେଇ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଅନଲାଇନ ଅପେକ୍ଷା ଅଫଲାଇନରେ ପରୀକ୍ଷା ହେଉଥିବାରୁ ଏହାକୁ ସେମାନେ ସ୍ବାଗତ ଜଣାଇଛନନ୍ତି । ଜଲଦି ପରୀକ୍ଷା ହେଉଥିବାରୁ ମନରେ ଭୟ ରହିଛି । ସରକାରଙ୍କ ଏହି ପଦକ୍ଷପକୁ ଅଭିଭାବକ ସଂଘର ସଭାପତି ରଞ୍ଜନ ପତି ସ୍ବାଗତ ଜଣାଇଛନ୍ତି ।

ଦୁଇ ବର୍ଷ ପରେ ପରୀକ୍ଷା ଦେବାର ସମୟ ଆସିଛି । କୋଭିଡ଼ ଭୟରେ ହୋଇନଥିଲା ପରୀକ୍ଷା । କୋଭିଡ ଭଲ ସ୍ଥିତିରେ ରହିଛି ତେଣୁ ଅଫଲାଇନରେ ପରୀକ୍ଷା କରିବାର ଆବଶ୍ୟକତା ରହିଛି । ନିଜ ସ୍କୁଲରେ ପରୀକ୍ଷା କରାଯାଉଥିବାରୁ ପିଲାଙ୍କ କ୍ଷେତ୍ରରେ ଗମନାଗମନର ସମସ୍ୟା ଦୂର ହୋଇଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.