ETV Bharat / city

ରାଜ୍ୟସ୍ତରୀୟ କୃଷକ ପ୍ରତିନିଧି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ

author img

By

Published : Oct 21, 2020, 5:51 PM IST

Updated : Oct 21, 2020, 6:31 PM IST

ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କୃଷକ ପ୍ରତିନିଧି ସମ୍ମିଳନୀରେ କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ କରାଯାଇଛି । ଯଦି ଆଗାମୀ ଦିନରେ ଏହି ବିଲ୍ ପ୍ରତ୍ୟାହାର ନ ହୁଏ ତେବେ ଆନ୍ଦୋଳନ ଜୋର ଧରିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ
କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ

ଭୁବନେଶ୍ବର: ନିକଟରେ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ କେତେକ ବିଲ୍ ପାସ୍ କରିଛନ୍ତି । ଏହି ବିଲକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ କରାଯାଉ ଥିବାବେଳେ ରାଜ୍ୟରେ ମଧ୍ୟ ବିଭିନ୍ନ କୃଷକ ସଙ୍ଘଠନ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି ।

କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ

ଆଜି(ବୁଧବାର) ଭୁବନେଶ୍ବରର ୟୁନିଟ-6 ଅଞ୍ଚଳରେ ଥିବା ନେତାଜୀ ଭବନରେ ଅଖିଳ ଭାରତ କୃଷକ ସଙ୍ଘ ସମନ୍ବୟ ସମିତି ପକ୍ଷରୁ ଏକ ରାଜ୍ୟସ୍ତରୀୟ କୃଷକ ପ୍ରତିନିଧି ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ଆଗାମୀ ଦିନରେ କିପରି କୃଷକମାନଙ୍କ ସ୍ବାର୍ଥହାନୀ ନହୋଇ ସେମାନଙ୍କ ମଙ୍ଗଳ ସାଧିତ ହୋଇପାରିବ ସେଦିଗରେ ରାଜ୍ୟର କୃଷକମାନେ ଏକଜୁଟ ହେବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ କେନ୍ଦ୍ର ସରକାର ଆଣିଥିବା କୃଷକ ବିଲ୍ କୃଷକଙ୍କ ହିତ ସାଧନ ପରିବର୍ତ୍ତେ ସେମାନଙ୍କୁ କର୍ପୋରେଟ ମାନଙ୍କ ପାଖରେ ବିକ୍ରି ପାଇଁ ଉଦ୍ଦିଷ୍ଟ ବୋଲି କହିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ସମ୍ମିଳନୀରେ ଆଲୋଚନା ହୋଇଛି । ସେହିପରି ଆଗାମୀ ଦିନରେ ଯଦି ଏହି ବିଲ୍ ପ୍ରତ୍ୟାହାର ନ ହୁଏ ତାହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 21, 2020, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.