ETV Bharat / city

ପାରମ୍ପରିକ ଶିଳ୍ପ ସଂସ୍ଥା କାରବାର ବୃଦ୍ଧି ପାଇଁ ଷ୍ଟାର୍ଟଅପ୍‌ର ସହାୟତା ଦେବା ପାଇଁ ପରାମର୍ଶ

author img

By

Published : Jan 3, 2022, 10:03 PM IST

ଷ୍ଟାର୍ଟଅପ୍‌ ଓ ସ୍ପୁର୍ତ୍ତି କ୍ଲଷ୍ଟରକୁ ଯୋଡ଼ି ପାରମ୍ପରିକ ଶିଳ୍ପକୁ ଏକ ନୂତନ ସଂଜ୍ଞା ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଷ୍ଟାର୍ଟଅପ୍‌ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ପାରମ୍ପରିକ ଶିଳ୍ପ ସଂସ୍ଥା କାରବାର ବୃଦ୍ଧି ପାଇଁ ଷ୍ଟାର୍ଟଅପ୍‌ର ସହାୟତା ଦେବା ପାଇଁ ପରାମର୍ଶ
ପାରମ୍ପରିକ ଶିଳ୍ପ ସଂସ୍ଥା କାରବାର ବୃଦ୍ଧି ପାଇଁ ଷ୍ଟାର୍ଟଅପ୍‌ର ସହାୟତା ଦେବା ପାଇଁ ପରାମର୍ଶ

ଭୁବନେଶ୍ବର: ଷ୍ଟାର୍ଟଅପ୍‌ ଓ ସ୍ପୁର୍ତ୍ତି କ୍ଲଷ୍ଟରକୁ ଯୋଡ଼ି ପାରମ୍ପରିକ ଶିଳ୍ପକୁ ଏକ ନୂତନ ସଂଜ୍ଞା ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଷ୍ଟାର୍ଟଅପ୍‌ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ସମସ୍ୟା ସମାଧାନର ସର୍ବାଧୁନିକ ବ୍ୟବସ୍ଥା ରହିଛି । ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓ-ହବ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ବିଭିିନ୍ନ ଦିଗ ସଂପର୍କରେ ଆଲୋଚନା କରାଯାଉଛି ।

ସ୍ପୁର୍ତ୍ତି ଅଧୀନରେ କାର୍ଯ୍ୟରତ ବିଭିନ୍ନ କାର୍ଯ୍ୟନ୍ଵୟନ ସଂସ୍ଥା, ବୈଷୟିକ ସଂସ୍ଥା ଏବଂ ନୋଡ଼ାଲ୍‌ ଏଜେନ୍ସିଗୁଡ଼ିକ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି । ପାରମ୍ପରିକ ଶିଳ୍ପ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ କିପରି ନୂତନ ଜ୍ଞାନକୌଶଳ ମାଧ୍ୟମରେ ସମାଧାନ କରାଯାଇପାରିବ ତାହା ପ୍ରଦର୍ଶନ କରାଯାଇଛି । ବିଶେଷ ଭାବେ ହାଇପର୍‌ ଡେଲିଭରୀ, ଇ-କମର୍ସ, ଜୈବଖାଦ୍ୟ ଏବଂ ସୁପରଫୁଡ଼୍‌, କୃଷି ଉତ୍ପାଦ ଓ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ, ହସ୍ତତନ୍ତ ଓ ହସ୍ତକାରିଗରୀ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଏଥିରେ ପ୍ରଦର୍ଶିତ କରାଯାଇଛି । ବିଭାଗୀୟ ସଚିବ ଏସବୁ ପ୍ରଦର୍ଶନ ଦେଖିଛନ୍ତି । ହୋମ୍‌ ଡେଲିଭରୀ କରୁଥିବା ସଂସ୍ଥା, ଆଧୁନିକ ଜୀବନଶୈଳୀ ନିମନ୍ତେ ହସ୍ତତନ୍ତ ଓ ହସ୍ତକାରିଗରୀ କ୍ଷେତ୍ରରେ ଡିଜାଇନ୍‌ କରୁଥିବା ସଂସ୍ଥା, ଶତପ୍ରତିଶତ ଜୈବିକ ଖାଦ୍ୟ ପ୍ରସ୍ତୁତି ଓ ଉତ୍ପାଦନ କରୁଥିବା ସଂସ୍ଥା ଏବଂ ସୁପର୍‌ଫୁଡ଼୍‌ ସଂସ୍ଥାଗୁଡ଼ିକ ସ୍ପୁର୍ତ୍ତି କ୍ଲଷ୍ଟର ସହ ସଂପର୍କ ରଖି ନିଜ କାରବାର ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ଗ୍ରୋଜିପ୍‌, ସ୍ୱାବଲମ୍ବୀ ଓଡ୍ରା ଗ୍ରୀନ୍‌ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିଃ, କୁକାବୁରା ନ୍ୟାଚୁରାଲସ୍‌, ଫାଷ୍ଟଟେକ୍‌ ଫେସନ୍ସ ନିଓ ସଂଜୀବନୀ, ଟ୍ରାଇବ ଷ୍ଟୋର, ସିଗ୍‌ମା ସ୍କଟ୍‌ ଭଳି ସଂସ୍ଥା ସମୂହ ଯୋଗଦେଇ ବିଭାଗୀୟ ଅଧିକାରୀମାନଙ୍କ ସହ ବାର୍ତ୍ତା ବିନିମୟ କରିଛନ୍ତି । ବୈଠକରେ ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍‌ ଆଲାମ୍‌, ଷ୍ଟାର୍ଟଅପ୍‌ର ଇଭାନ୍‌ଜେଲିଷ୍ଟ ଡ. ସଂଯୁକ୍ତା ବଢ଼ାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.