ETV Bharat / city

ସରିଲା ରାଜ୍ୟ କ୍ୟାବିନେଟ ବୈଠକ, 10 ପ୍ରସ୍ତାବରେ ବାଜିଲା ମୋହର

author img

By

Published : Sep 26, 2019, 2:39 PM IST

Updated : Sep 26, 2019, 2:55 PM IST

ଲୋକସେବା ଭବନରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଯେଉଁଥିରେ 10ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୋକସେବା ଭବନରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଯେଉଁଥିରେ 10ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଟେଣ୍ଡରକୁ ମିଳିଛି କ୍ୟାବିନେଟର ଅନୁମୋଦନ। ଅନୁମୋଦନକ୍ରମେ ବସ୍‌ଷ୍ଟାଣ୍ଡରେ ଗୋଟିଏ ଟର୍ମିନାଲ ସହ ବସ୍‌ ବେ ହେବ। ଏଥିପାଇଁ 17 ଏକର ଜାଗାରେ ନିର୍ମାଣ ହେବ ବସ୍‌ଷ୍ଟାଣ୍ଡ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ମ୍ୟାନେଜରଙ୍କ ଚାକିରୀକୁ ସ୍ଥାୟୀ କରାଯାଇଛି। ତେବେ ବର୍ତ୍ତମାନ ସମୁଦାୟ 32 ଜଣ କୋର୍ଟ ମ୍ୟାନେଜର ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ସେଥିରୁ 41 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ। ଏଥିରେ ବ୍ୟାପକ ପରିମାଣରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବରୁ 72 ଘଣ୍ଟାରେ ଚାଷୀଙ୍କୁ ଅର୍ଥ ମିଳୁଥିବା ବେଳେ ଏବେ 48 ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଅର୍ଥ ମିଳିବା ନେଇ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଯେଉଁ ମିଲରମାନେ ଦେୟ ବକେୟା ରଖିଥିବେ ସେମାନେ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇପାରିବେ ନାହିଁ । ତେଣେ ଭୁବନେଶ୍ବର ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ ପାଇଁ ଟେଣ୍ଡରକୁ ମିଳିଛି ଅନୁମୋଦନ। 160 କୋଟି 66 ଲକ୍ଷ ବ୍ୟୟରେ ନିର୍ମାଣ ହେବ ଏହି ବସ ଟର୍ମିନାଲ।

ଦୁଇ ବର୍ଷ ଭିତରେ ଏହାର କାର୍ଯ୍ୟ ସରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ବିଡିଏ ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ। 5 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ନେବ ସମ୍ପୃକ୍ତ ସଂସ୍ଥା। ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ 90 ଲକ୍ଷ ଲୋକେ ଉପକୃତ ହେବେ। ଏଥିପାଇଁ 149 କୋଟି 12 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ସରିବ।

ଏଥିସହ ଯାଜପୁର ଜିଲ୍ଲାରେ ଟମକାରୁ ମଙ୍ଗଳପୁର ରାସ୍ତାକୁ 4 ଲେନ ବିଶିଷ୍ଟ କରାଯିବ। ଜିଲ୍ଲା ଖଣିଜ ପାଣ୍ଠିରୁ ଏହାର ଖର୍ଚ୍ଚ ବହନ କରାଯିବ । ଏହି ପ୍ରସ୍ତାବରେ ମଧ୍ୟ ଗୁରୁବାର କ୍ୟାବିନେଟରେ ମୋହର ଲାଗିଛି। ଏନେଇ ସମୁଦାୟ 43 କିଲୋମିଟର ରାସ୍ତା ପୁନଃନିର୍ମାଣ ହେବ। ଏଥିପାଇଁ ଡିଏମ୍‌ଏଫ ଫଣ୍ଡରୁ 117 କୋଟି ଟଙ୍କା ଖର୍ଚ୍ଚ ହେବ। ବାଲେଶ୍ଵର ଡାକ୍ତରଖାନାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ପାଇଁ 148 କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ 500 ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ ହେବ। ଏହି କାର୍ଯ୍ୟ 2 ବର୍ଷ 6 ମାସ ମଧ୍ୟରେ ଶେଷ ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବରମୁଣ୍ଡା ବସଷ୍ଟାଣ୍ଡ ଟେଣ୍ଡର କୁ କ୍ୟାବିନେଟର ଅନୁମୋଦନ। ଗୋଟେ ଟର୍ମିନାଲ ହେବ। ବସ ବେ। 17 ଏକର ଜାଗାରେ ନିର୍ମାଣ ହେବ ବସ ଷ୍ଟାଣ୍ଡ।Court manager ଙ୍କୁ ସ୍ଥାୟୀ କରାଗଲା। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଚାକିରୀ ସ୍ଥାୟୀ କରାଯାଇଛି। ସମୁଦାୟ 32 ଜଣ court manager ଅଛନ୍ତି। ଏହାକୁ ଆଜି କ୍ୟାବିନେଟ ମୋହର ଲଗାଇଛି।
ଯାଜପୁର ଜିଲ୍ଲାରେ ଟମକା ରୁ ମଙ୍ଗଳପୁର ରାସ୍ତାକୁ ଚାରିଲେନ ବିଶିଷ୍ଟ କରାଯିବ। ଏହାକୁ district mineral fund ରୁ ଖର୍ଚ୍ଚ କରାଯିବ। Body:ଏହାକୁ କ୍ୟାବିନେଟ ମୋହର ଲଗାଇଛି।
ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ସେଥିରୁ 41 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ। ଏଥିରେ ବ୍ୟାପକ ପରିମାଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସାମିଲ କରାଯିବ। 48 ଘଣ୍ଟା ମଧ୍ୟରେ ଚାଷୀ ଙ୍କୁ ଅର୍ଥ ମିଳିବ। ପୂର୍ବରୁ 72 ଘଂଟା ଥିଲା। ଯେଉଁ ମିଲର ମାନେ ଦେୟ ବକେୟା ଥିବ ସେମାନେ ଧାନ ସଂଗ୍ରହ ବ୍ୟବସ୍ଥା ରେ ସାମିଲ ହୋଇ ପାରିବେ ନାହିଁ।
ଭୁବନେଶ୍ୱର ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡର ଅନୁମୋଦନ।160 କୋଟି 66 ଲକ୍ଷ ବ୍ୟୟରେ ନିର୍ମାଣ ହେବ ବସ ଟର୍ମିନାଲ। ଦୁଇ ବର୍ଷ ଭିତରେ କାର୍ଯ୍ୟ ସରିବ।ବିଡିଏ ର ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ। 5 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟୀତ୍ୱ ନେବ ସମ୍ପୃକ୍ତ ସଂସ୍ଥା।
32 ଜଣ court manager ଙ୍କୁ ନିୟମିତ କରାଯିବ। high court ଓ supreme court ଙ୍କ ନିର୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯାଇଛି।
ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ 90 ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ 149 କୋଟି 12 ଲକ୍ଷ ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ସରିବ।
ଯାଜପୁର ଜିଲ୍ଲାରେ ଟମକାରୁ ମଙ୍ଗଳପୁର ରାସ୍ତା ଚାରିଲେନ ହେବ। ସମୁଦାୟ 43 କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ DMF ଫଣ୍ଡ ରୁ 117 କୋଟି ଟଙ୍କା ଖର୍ଚ୍ଚ ହେବ।
।Conclusion:ବାଲେଶ୍ଵର ଡାକ୍ତରଖାନାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ସକାଶେ 148 କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ 5ଶହ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ ହେବ। ଏହି କାର୍ଯ୍ୟ ଦୁଇ ବର୍ଷ 6 ମାସ ମଧ୍ୟରେ ଶେଷ ହେବ
ବଲାଙ୍ଗୀରରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ନିମନ୍ତେ 5ଶହ ଶଯ୍ୟା ବିଶିଷ୍ଟ ନିମନ୍ତେ ମେଡିକାଲ ପ୍ରତିଷ୍ଠା ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଦୁଇ ବର୍ଷ 6 ମାସ ମଧ୍ୟରେ କାର୍ଯ୍ୟ ସରିବ
Last Updated : Sep 26, 2019, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.