ETV Bharat / city

Dhinkia Issue: ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ

author img

By

Published : Jan 17, 2022, 8:52 PM IST

ଢିଙ୍କିଆରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଲାଠିଚାର୍ଜକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

Dhinkia Issue: ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ
Dhinkia Issue: ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ବିବାଦ ପାଇଁ ସମଗ୍ର ଓଡିଶାରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । JSW ପ୍ରକଳ୍ପକୁ ବିବାଦକୁ ନେଇ ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦ ସ୍ବରୂପ ପୋଲିସ ଗ୍ରାମବାସୀଙ୍କ ଉପରେ ଲାଠି ଚାର୍ଜ କରିଥିଲା ।

Dhinkia Issue: ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ

ଲୋକଙ୍କ ଉପରେ ପୋଲିସର ନିର୍ଯାତନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ । ଢିଙ୍କିଆ ଚାରି ପ୍ରଦେଶରୁ ତୁରନ୍ତ ପୋଲିସ ପ୍ରତ୍ୟାହାର ସହ ଗିରଫ ହୋଇଥିବା ଲୋକଙ୍କୁ ନିଃସର୍ତ୍ତ ଛାଡିବାକୁ ଦାବି କରିଛି ସମାଜବାଦୀ ପାର୍ଟି । ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ଏହାସହ ଅଭିଯୁକ୍ତ ପୋଲିସ ଏବଂ ଏସପିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏକ ସର୍ବଦଳୀୟ କମିଟି କରି ସମାଧାନ ପାଇଁ ରାଜ୍ୟପାଳଙ୍କୁ ନିବେଦନ କରିଛି ଏସପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.