ETV Bharat / city

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଘୋଷଣା କଲେ EC

author img

By

Published : Nov 10, 2020, 10:32 PM IST

ରାଜ୍ୟରେ ଦୁଇଟି ଉପନିର୍ବାଚନରେ ଶେଷ ହୋଇଛି ମତ ଗଣନା । ସୁରୁଖୁରରୁରେ ନିର୍ବାଚନ ଶେଷ ହୋଇଥିବା ନେଇ ସମସ୍ତ ଗଣମାଧ୍ୟମ ଓ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ଇସି । ଅଧିକ ପଢନ୍ତୁ...

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଘୋଷଣା କଲେ EC
ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଘୋଷଣା କଲେ EC

ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନରେ ଶେଷ ହୋଇଛି ମତ ଗଣନା । ଉଭୟ ଆସନରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ । ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନରେ ନିଜ ଗଡରେ ବିଜୟ ବଜାୟ ରଖିବାରେ ସଫଳ ହୋଇଛି ବିଜେଡି । ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟ ଦାସ ତାଙ୍କ ନିକଟତ ପ୍ରତିଦ୍ବନ୍ଦୀ ରାଜକିଶୋର ବେହେରାଙ୍କୁ ୪୦ ହଜାର 697 ଭୋଟରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ମୋଟ 88310 ଭୋଟ ପାଇଛନ୍ତି ।

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଘୋଷଣା କଲେ EC
ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଘୋଷଣା କଲେ EC

ରାଜକିଶୋର ବେହେରା 46607 ଓ କଂଗ୍ରେସ ପ୍ରାର୍ଥୀ 28778 ଭୋଟ ପାଇଛନ୍ତି । ୨୦୧୯ ନିର୍ବାଚନରେ ଏଠାରେ ବିଜେଡି ୯୩ ହଜାର ୭୭୪ ଭୋଟ ପାଇଥିଲା ।

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଘୋଷଣା କଲେ EC
ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଘୋଷଣା କଲେ EC
ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଘୋଷଣା କଲେ EC

ସେହିପରି ସଦର ଉପନିର୍ବାଚନରେ ବାଜିଗର ହୋଇଛନ୍ତି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । 25 ରାଉଣ୍ଡ ଗଣତି ପରେ ସ୍ବରୂପ ସମୁଦାୟ 82,810 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ 13, 395 ଖଣ୍ଡ ଭୋଟରେ ହରାଇ ସଦର ନିର୍ବାଚନ ମଣ୍ଡଳୀ ଦଖଲ କରିଛନ୍ତି ।

ବାଲେଶ୍ଵର:
କଂଗ୍ରେସ- ୪,୯୮୩
ବିଜେପି- ୭୦,୭୪୬
ବିଜେଡି - ୮୪,୦୯୭
ବେଣୁ ବାରିକ - ୧,୨୫୫
ନୋଟା - ୭୦୦
ଇଭିଏମରେ- ୧ ଲକ୍ଷ ୬୧, ୫୭
ବୈଦ୍ଧ ପୋଷ୍ଟାଲ ଭୋଟ - ୧୨୮୨
ମୋଟ- ୧ ଲକ୍ଷ ୬୨, ୩୩୯
୧୩,୩୫୧ ଭୋଟ ସହ ଆଗରେ ବିଜେଡି

ତିର୍ତ୍ତୋଲରେ ୯ ପ୍ରାର୍ଥୀ
ବିଜେଡି - ୮୮,୩୧୦
ବିଜେପି ୪୬,୬୦୭
କଂଗ୍ରେସ ୨୮,୭୭୮
ନୋଟା - ୭୮୬

ଇଭିଏମ: ୧ ଲକ୍ଷ ୬୪, ୪୫୯
ବୈଧ ପୋଷ୍ଟାଲ ଭୋଟ- ୨,୪୬୨
ମୋଟ ୧ ଲକ୍ଷ ୬୪, ୯୮୧
ବିଜେଡି ୪୧, ୭୦୩ ସହ ଆଗରେ

ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ସୁରୁଖୁରରୁରେ ନିର୍ବାଚନ ଶେଷ ହୋଇଥିବା ନେଇ ସମସ୍ତ ଗଣମାଧ୍ୟମ ଓ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ଇସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.