ETV Bharat / city

ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

author img

By

Published : Aug 8, 2020, 6:18 PM IST

Updated : Aug 8, 2020, 7:49 PM IST

ଢୋଲପିଟା ରାଜ୍ୟ ସରକାର ରାଜ୍ୟରେ ହାତୀ ସୁରକ୍ଷିତ କହୁଥିବା ବେଳେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ମାମଲା, ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ସେନେଇ ପ୍ରଶ୍ନ ଉଠାଉଛି । କେତେବେଳେ ଶିକାରୀଙ୍କ ଫାସ ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ଆଖି ବୁଜୁଛନ୍ତି ଦନ୍ତା ।

ବିପଦରେ ଗଜରାଜ ,ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ
ବିପଦରେ ଗଜରାଜ ,ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

ଭୁବନେଶ୍ବର: ଘନଉଛି ଗଜରାଜଙ୍କ ପ୍ରତି ବିପଦ । ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ । ଏବେ ଓଡିଶା ପାଲଟିଛି ହାତୀଙ୍କ କବରଖାନା ! ସରକାରୀ ରିପୋର୍ଟରୁ ମହାଖୁଲାସା ହୋଇଛି । ସରକାରୀ ଖାତା ଖତିଆନରେ ରାଜ୍ୟ ସରକାର ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହି ତଥ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଢୋଲପିଟା ସରକାର ରାଜ୍ୟରେ ହାତୀ ସୁରକ୍ଷିତ ଥିବା କହୁଥିବା ବେଳେ ହାତୀଙ୍କ ଗୋଟିଏ ପରେ ଗୋଟିଏ ମୃତ୍ୟୁ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ସେନେଇ ପ୍ରଶ୍ନ ଉଠାଉଛି । କେତେବେଳେ ଶିକାରୀଙ୍କ ଫାସ ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ଆଖି ବୁଜୁଛନ୍ତି ଦନ୍ତା ।

ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

ରାଜ୍ୟରେ 8 ମାସରେ ମଲେଣି ୫୮ ହାତୀ । 25 ହାତୀଙ୍କ ଅପ୍ରାକୃତିକ ମୃତ୍ୟୁ ହୋଇଥିବା ବେଳେ 8 ଜଣଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯାହାର ଖୁଲାସା କରିଛି ଭଏସ ଫର ଏଲିଫ୍ୟାଣ୍ଟସ ସୋସାଇଟ । ଏ ରିପୋର୍ଟକୁ ନେଇ ପରିବେଶବିତ ଓ ହାତୀ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଥିବା ବେଳେ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ବେଫକିର ଉତ୍ତରକୁ ନେଇ ଉଠିଛି ପ୍ରଶ୍ନ ।

ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ
ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

ଓଡିଶାରେ ହାତୀ ନୁହଁନ୍ତି ସୁରକ୍ଷିତ । ଏକଥା ଆମେ କହୁନୁ କହୁଛି ଏହି ରିପୋର୍ଟ । 2019 ଅକ୍ଟୋବରରୁ 2020 ଜୁନ ମଧ୍ୟରେ 58 ହାତୀଙ୍କ ଜୀବନ ଗଲାଣି। ଏହାସହ ହାତୀ ମଣିଷ ଲଢେଇ ଭିତରେ 85 ଲୋକ ମାରିଥିବା ବେଳେ 119 ଜଣ ଆହତ ବି ହୋଇଛନ୍ତି। ଖାଲି ସେତିକି ନୁହେଁ ଲକଡାଇନ ସମୟରେ ୧୬ ହାତୀଙ୍କ ମୃତ୍ୟୁ ହୋଇଛି । ଭଏସ ଫର ଏସିଆ ଏଲିଫ୍ୟାଣ୍ଟ ସୋସାଇଟି ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶିକ ସଂଗୀତା ଆୟର ସିଧାସଳଖ ଏନେଇ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କୁ ଦାୟୀ କରିଛନ୍ତି । କେବଳ ଦାୟୀ କରିନାହାନ୍ତି ପିସିସିଏଫଙ୍କ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖି ଅବଗତ କରାଇଛନ୍ତି ସଂଗୀତା ।

ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ
ବିପଦରେ ଗଜରାଜ, ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

ବିଷକ୍ରିୟା, ବିଦ୍ୟୁତ, ଦୁର୍ଘଟଣା ଜନିତ ମୃତ୍ୟ ବେଶି ଘଟୁଥିବାରୁ ପରିବେଶବିତ ଦାୟୀ କରିଛନ୍ତି ବିଭାଗକୁ । ହାତୀ ବିଶେଷଜ୍ଞ କହିଛନ୍ତି 90 ଦଶକରେ ହାତୀ ପାଇଁ ପ୍ରୋଜେକ୍ଟ ରିପୋର୍ଟ ଦେଇ ଓଡିଶା ଥିଲା ପ୍ରଥମ ରାଜ୍ୟ ଓ ରୋଲ ମଡେଲ । କିନ୍ତୁ ଏବେ ହାତୀ ମୃତ୍ୟୁ ଚିନ୍ତାଜନକ ସ୍ଥିତିରେ ପହଁଞ୍ଚିଛି । ଏପରିକି ଦୀର୍ଘ ବର୍ଷ ହେଲା ଓଡ଼ିଶାର ହାତୀ ସଂଖ୍ୟାରେ ବୃଦ୍ଧି ଘଟୁନାହିଁ । ଏହିଭଳି ଯଦି ହାତୀ ମୃତ୍ୟୁ ହୁଏ ଆଗାମୀ ଦିନରେ ଗଜରାଜଙ୍କ ପ୍ରତି ସଙ୍କଟ ସୃଷ୍ଟିହେବ ।

ଏହି ରିପୋର୍ଟ ଅନୁସାରେ କେବଳ ହାତୀ ମରୁନାହାନ୍ତି ତାହା ନୁହେଁ, ହାତୀ ମରିବା ପରେ ବନ ବିଭାଗ ଦୋଷ ଲୁଚାଇବାକୁ ଯାଇ ପୋଷ୍ଟମର୍ଟମ ନକରି ପୋତି ଦେଉଛି । ଏହା ସହ ହାତୀ ମରିବା ପରେ ଦାନ୍ତ ଗାଏବ ହୋଇଛି । ଯାହାର ବଳିଷ୍ଠ ପ୍ରମାଣ ହେଉଛି ଗତ ଜୁନ 13ରେ କେନ୍ଦୁଝର ଜୋଡାରେ ହାତୀ ମୃତ୍ୟୁ ଘଟଣା । ତେଣୁ ଶିକାରୀ ସକ୍ରିୟ ଥିବାରୁ, ବନ ବିଭାଗ ଦୁର୍ବଳତା ପଦାରେ ପଡିଛି । ନିକଟରେ ଏନେଇ ବନବିଭାଗ ପକ୍ଷରୁ ହାତୀ ମୃତ୍ୟୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ ହୋଇଛି ।

ବୌଦ୍ଧର ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରେ ଓ କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହୋଇଥିବା ଦନ୍ତା ହାତୀ ମୃତ୍ୟୁର ହେବ ତଦନ୍ତ । ଜୁନ୍ 17 ବୌଦ୍ଧରେ ହାତୀ ଦେହରେ 9ଟି ଗୁଳି ବାଜିଥିଲା । ଜୁନ ୨୨ ତାରିଖରେ ଏନେଇ 4 ଶିକାରୀ ଗିରଫ ହୋଇଥିଲେ । ସୂଚନା ଅନୁସାରେ ୨୦୧୭ ମସିହାରେ ରାଜ୍ୟରେ ମୋଟ ୧୯୭୬ ଟି ହାତୀ ରହିଛନ୍ତି, ଯଦି ହାତୀ ମୃତ୍ୟୁ ରୋକାନଯାଏ ତେବେ ଦିନ ଅସିବ ଓଡ଼ିଶାରୁ ହାତୀ ଲୋପ ପାଇ ଯିବେ ।

ଭୁବନେଶ୍ବରରୁ ତପନ କୁମାର ଦାଶ, ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Aug 8, 2020, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.