ETV Bharat / city

ରାଜ୍ୟରେ କିଛି ମାତ୍ରାରେ ଡେଙ୍ଗୁ ବଢୁଛି, ମାତ୍ର ଚିନ୍ତାଜନକ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 13, 2021, 2:23 PM IST

ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ହେଉଛି ମଶାଙ୍କ ବଂଶ ବୃଦ୍ଧିର ଋତୁ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ । ଅଧିକ ପଢନ୍ତୁ...

ରାଜ୍ୟରେ କିଛି ମାତ୍ରାରେ ଡେଙ୍ଗୁ ବଢୁଛି, ମାତ୍ର ଏହା ଚିନ୍ତାଜନକ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦେଶକ
ରାଜ୍ୟରେ କିଛି ମାତ୍ରାରେ ଡେଙ୍ଗୁ ବଢୁଛି, ମାତ୍ର ଏହା ଚିନ୍ତାଜନକ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ମଶା ଧୂଆଁ ଛଡ଼ାଯାଉଛି। ଲୋକଙ୍କୁ ସଚେତନ ବି କରାଯାଉଛି। ତା’ପରେ ବି ଡେଙ୍ଗୁରେ ଭୁବନେଶ୍ବରରେ ରୋକ ଲାଗୁନି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି ।

ରାଜ୍ୟରେ କିଛି ମାତ୍ରାରେ ଡେଙ୍ଗୁ ବଢୁଛି, ମାତ୍ର ଏହା ଚିନ୍ତାଜନକ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦେଶକ

ତେବେ ଏହାକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ହେଉଛି ମଶାଙ୍କର ବଂଶ ବୃଦ୍ଧିର ଋତୁ। ଏହି ସମୟରେ ମେଲେରିଆ ଓ ଡେଙ୍ଗୁ ଭଳି ରୋଗ ବଢ଼େ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ । ରାଜ୍ୟରେ ଡେଙ୍ଗୁକୁ ନେଇ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ସେ କହିଛନ୍ତି । ଏପଟେ ଭୁବନେଶ୍ବରର ଯେଉଁ ଅଞ୍ଚଳରେ ଡେଙ୍ଗୁ ଅତ୍ୟଧିକ ବାହାରିଛି ସେହି ଅଞ୍ଚଳରେ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଉଚିତ ପଦକ୍ଷପ ନିଆଯାଉଛି ।

ଗତକାଲି ସୁଦ୍ଧା 55 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢିଛି। ମାତ୍ର ତାହା ଭୟାବହତା ନୁହେଁ। ଗତକାଲି ସୁଦ୍ଧା ଭୁବନେଶ୍ବରରେ 55 ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.