ETV Bharat / city

କୋରୋନା କବଳରେ ବିଧାୟକ-ମନ୍ତ୍ରୀ-ସାଂସଦ, ସଜାଗ ରହିବାକୁ କହିଲେ ସୁର

author img

By

Published : May 12, 2021, 6:17 PM IST

ରାଜ୍ୟରେ 10ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ସାଂସଦ ଏବେ କୋରୋନାରେ ସଂକ୍ରମିତ । ଏପରି ସମୟରେ ନେତାଙ୍କୁ ଘାରିଛି କୋରୋନା ଭୟ । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଲୋକ ପ୍ରତିନିଧି ନିଜେ ସଜାଗ ହେବା ଉଚିତ । ଅଧିକ ପଢନ୍ତୁ...

politician affected in Covid19 virus
କୋରୋନା କବଳରେ ବିଧାୟକ, ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ବର: ସାରା ଦେଶ ଓ ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ କୋରୋନା କବଳରେ । କେବଳ କେନ୍ଦ୍ରରେ ନୁହେଁ, ରାଜ୍ୟରେ ମଧ୍ୟ ଅନେକ ହେଭିୱେଟ ନେତା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ 10ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ସାସଂଦ କୋଭିଡ୍ ସଂକ୍ରମିତ ହୋଇ ସାରିଲେଣି । ଏପରି ସମୟରେ ନେତାଙ୍କୁ ଘାରିଛି କୋରୋନା ଭୟ ।

କୋରୋନା କବଳରେ ବିଧାୟକ, ମନ୍ତ୍ରୀ ଓ ସାଂସଦ

କୋରୋନାରେ ସଂକ୍ରମିତ ହୋଇ ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ଗୁରୁତର ଅଛନ୍ତି ତାଙ୍କୁ ଏମସରେ ଚିକିତ୍ସା କରାଯାଉଛି । ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କର ମଧ୍ୟ କୋରୋନାରେ ଦେହାନ୍ତ ହୋଇଛି । ସେହିପରି ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ମଧ୍ୟ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କୋରୋନା କବଳରେ ଆକ୍ରାନ୍ତ ଏବଂ ବିଜେଡି ବିଧାୟକ ସୁବ୍ରତ ତରାଇ, ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ପ୍ରତାପ ଜେନା ମଧ୍ୟ କୋରୋନାରେ ଆକ୍ରାନ୍ତ ଅଛନ୍ତି । ଏହା ସହ ବିଧାୟକ ରମେଶ ସାଏ ,ସାଂସଦ ଜୁଏଲ ଓରାମ ,ବିଧାୟକ ବାସନ୍ତୀ ହେମ୍ବ୍ରମ , ରଘୁନାଥ ଗମାଙ୍ଗ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ କୋଭିଡରେ ଆକ୍ରାନ୍ତ । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇଛନ୍ତି ।

ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ପ୍ରଥମେ ଲୋକ ପ୍ରତିନିଧି ମାନେ ନିଜକୁ ଜଗିବା ଉଚିତ । ନିଜେ ସଚେତନ ହେଲେ ଲୋକଙ୍କ ସେବା କରିବେ । ତେଣୁ ସଜାଗ ହେବା ସହ ଲୋକଙ୍କୁ ସଚେତନ ରହିବା ଉଚିତ ବୋଲି କହିଛନ୍ତି । ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି ଯେ, ସମସ୍ତେ ସତର୍କ ରହିବା ସହ ,ସାମାଜିକ ଦୂରତା ଏବଂ ଟିକା ନେବା ଉଚିତ । ଲୋକ ପ୍ରତିନିଧି ହିସାବରେ ଲୋକଙ୍କ ପାଖକୁ ଯାଉଛନ୍ତି । ସରକାରଙ୍କ ଗାଇଡଲାଇନକୁ ମାନିବା ଉଚିତ । ଫଳରେ ନେତା ମାନେ ବି ସଂକ୍ରମଣରେ ବର୍ତ୍ତିପାରିବେ ବୋଲି ସୁଲତା ଦେଓ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.