ETV Bharat / city

ନବୀନ ନିବାସ ମୁହାଁ ଯୁବ କଂଗ୍ରେସ, ଶିଶୁ ଭବନ ଛକରୁ ଉଠାଇ ନେଲା ପୋଲିସ

author img

By

Published : Oct 30, 2021, 4:07 PM IST

ନବୀନ ନିବାସ ଘେରାଉ କରିବାକୁ ଧାଇଁଥିଲେ ଯୁବ କଂଗ୍ରେସର ଶହ ଶହ ମହିଳା ଓ ଯୁବକ । ସରକାର ବିରୋଧୀ ନାରାବାଜି ଦେଇ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ସମୟରେ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ...

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ: ଶିଶୁ ଭବନ ଛକରୁ ଉଠାଇ ନେଲା ପୋଲିସ
ଯୁବ କଂଗ୍ରେସର ନବୀନ ନିବାସ ଘେରାଉ: ଶିଶୁ ଭବନ ଛକରୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପରେ ବି ମମିତା ମେହେର ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ । ଏହାକୁ ନେଇ ତାତିଲା ଯୁବ କଂଗ୍ରେସ। ନବୀନ ନିବାସ ଘେରାଉ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବାସ ଅଭିମୁଖେ ଧାଇଁଥିଲେ ଶହ ଶହ ମହିଳା ଓ ଯୁବକ । ବିକ୍ଷୋଭ କରିବା ସହ ସରକାର ବିରୋଧୀ ନାରାବାଜି ଦେଇ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଥିଲେ ।

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ: ଶିଶୁ ଭବନ ଛକରୁ ଉଠାଇ ନେଲା ପୋଲିସ

ଏହି ଆନ୍ଦୋଳନରେ ସାମିଲ ଥିଲେ ବିଧାୟକ ମହମଦ ମୋକିମ ଆଉ ସୁର ରାଉତରାୟ । କର୍ମୀମାନେ କଂଗ୍ରେସ ଭବନ ଠାରୁ ବାହାରି ନବୀନ ନିବାସ ଆଡେ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ବ୍ଯାରିକେଡ ଭାଙ୍ଗି କର୍ମୀ ଧସେଇ ପଶୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁ ଭବନ ଛକରୁ କିଛି କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.