ETV Bharat / city

ଗୋବିନ୍ଦକୁ ଦୋଷୀ ପ୍ରମାଣିତ କରିପାରିବନି ପୋଲିସ: ଲେଖାଶ୍ରୀ

author img

By

Published : Nov 14, 2021, 4:19 PM IST

ସୋସିଆଲ ମିଡିଆରେ ମମିତା ମେହେରଙ୍କ ବାପାଙ୍କ ବୟାନ ଭାଇରଲ ଓ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ପ୍ରେସମିଟକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

Police cannot convict Govinda in mamita meher murder case says lekhashree samantsinghar
ଗୋବିନ୍ଦକୁ ଦୋଷୀ ପ୍ରମାଣିତ କରିପାରିବନି ପୋଲିସ: ଲେଖାଶ୍ରୀ

ଭୁବନେଶ୍ବର: ସୋସିଆଲ ମିଡିଆରେ ମମିତା ମେହେରଙ୍କ ବାପାଙ୍କ ବୟାନ ଭାଇରଲ ଓ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ପ୍ରେସମିଟକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମମିତା ହତ୍ୟାକାଣ୍ଡକୁ ନେଇ ପୋଲିସ ସଠିକ ଉତ୍ତର ରଖୁନଥିବା ଅଭିଯୋଗ ହୋଇଛି । ଅନେକ ପ୍ରଶ୍ନ ପ୍ରଶ୍ନ ହୋଇ ରହିଯାଇଛି । ମମିତା ପରିବାର ଏତଲା ଦେବାକୁ ଯାଇଥିବା ବେଳେ ତାଙ୍କ ଏତଲା କାହିଁକି ରଖାଗଲା ନାହିଁ ତାର ଉତ୍ତର ପୋଲିସ ଦେଲା ନାହିଁ । ଗୋବିନ୍ଦକୁ 4ଟି ଥାନା କାହିଁକି ବୁଲାଗଲା ତାର ଉତ୍ତର ପୋଲିସ ରଖିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଗୋବିନ୍ଦକୁ ଦୋଷୀ ପ୍ରମାଣିତ କରିପାରିବନି ପୋଲିସ: ଲେଖାଶ୍ରୀ

ଗୃହରାଷ୍ଟ୍ର ମନ୍ତ୍ରୀ ରାୟପୁର ଯାଇ ନଥିଲେ ବୋଲି ଉତ୍ତରାଞ୍ଚଳ ଡିଆଇଜି କହିବା ସହ ତାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ଅନୈତିକ । କେଉଁ ଆଧାରରେ ଏହା କହିଲେ ତାହା ଉତ୍ତର ରଖନ୍ତୁ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ସେ ଏହି ମାମଲାର ତଦନ୍ତକାରୀ (Investigation officer)ଅଧିକାରୀ ନୁହଁନ୍ତି । ତାହାଲେ ସେ କେମିତି ଏହା କହିଲେ । ଏଥିରୁ ସ୍ପଷ୍ଟ ଦୀପକ କୁମାର ବିଜୁ ଜନତା ଦଳର ଲୋକ ହୋଇ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ଖାଲି ସେତିକି ନୁହେଁ ତଦନ୍ତକାରୀ ଅଧିକାରୀଙ୍କ ଉପରେ ଦୀପକ କୁମାର ଚାପ ପକାଉଥିବା ଅଭିଯୋଗ ହୋଇଛି । ବିଜୁ ଜନତା ଦଳ ଯଦି ଦୀପକ କୁମାରଙ୍କୁ ମୁଖପାତ୍ର କରିଥିବା ତାହା ଅଲଗା, କିନ୍ତୁ ସେ ବର୍ଦ୍ଧି ଖୋଲି ମୁଖପାତ୍ର ହୁଅନ୍ତୁ । ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବାକୁ ଦୀପକ କୁମାର ଏପରି କାହାଣୀ କହୁଛନ୍ତି । ତଦନ୍ତକୁ ପ୍ରଭାବିତ କରିବା ପାଇଁ କୁହାଯାଇଛି । ଦୀପକ କୁମାର ଚାପ ସୃଷ୍ଟି କରୁଛନ୍ତି ଏହା ସ୍ପଷ୍ଟ ଜଣାପଡୁଛି । ରାଜ୍ୟ ସରକାର ସତ୍ୟତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଏବଂ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ଏହି ଘଟଣାକୁ ନେଇ ପୁନଃ ବିଜେପି ସିବିଆଇ ତଦନ୍ତ ଦାବି କରିଛି । ରାଜ୍ୟ ସରକାର କାହିଁକି ସିବିଆଇ ତଦନ୍ତକୁ ଡରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଭାଁବରୀ ଦେବୀ ମାମଲାରେ ଗେହଲଟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଠିକାର ସରକାର କାହିଁକି ତଦନ୍ତରେ ସ୍ୱଚ୍ଛତା ଆଣିବା ପାଇଁ ସିବିଆଇକୁ ଦେଉ ନାହାନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଭାଇରଲ ହେଉଥିବା ଏକ ଭିଡିଓରେ ମମିତାଙ୍କ ବାପା ସ୍ପଷ୍ଟ ଭାବେ କହୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେହି କଲେଜ ଯାଉଥିଲେ । ସେଠାରେ ଝିଅମାନଙ୍କର ମାର୍କ ବଢାଇବା ନାଁରେ ସମ୍ପର୍କ ରଖୁଥିଲେ । ଯେଉଁମାନେ ସମ୍ପର୍କ ରଖୁଥିଲେ ସେମାନଙ୍କ ମାର୍କ ବଢ଼ୁଥିଲା । ଏହାକୁ ନେଇ ବିଜେପି ପକ୍ଷରୁ କେତେକ ପ୍ରଶ୍ନ କରାଯାଇଛି । ସେଗୁଡ଼ିକ ହେଲା :-

୧ - ମମିତାଙ୍କ ବାପାଙ୍କର ଭାଇରଲ ଭଡ଼ିଓ ଉପରେ ବିଜୁ ଜନତା ଦଳ କଣ ଉତ୍ତର ରଖିବ ?
୨ - ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୀପକ କୁମାର ରିପୋର୍ଟ ଦେଇଛନ୍ତି କି ନାହିଁ କୁହନ୍ତୁ ?
୩ - ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିବା ରିପୋର୍ଟ ସତ ନା ଦୀପକ କୁମାରଙ୍କ ପ୍ରେସମିଟ ସତ ?
୪ - ମନ୍ତ୍ରୀ ତାଙ୍କ ଉପରେ ଆସିଥିବା ଅଭିଯୋଗର ନିର୍ଦ୍ଦିଷ୍ଟ ଉତ୍ତର ରଖି ନଥିବା ବେଳେ ଜଣେ ପୋଲିସ ଅଧିକାରୀ ଆସି ତାହାର ଉତ୍ତର ରଖିବାର କାରଣ କଣ ?
୫ - ସେଠାରେ କଣ ଚାଲିଥିଲା, ମନ୍ତ୍ରୀ ସେଠାକୁ କାହିଁକି ଯାଉଥିଲେ ତାହାର ଉତ୍ତର ଦୀପକ କୁମାର କାହିଁକି କହୁ ନାହାନ୍ତି ?
୬ - ଦୀପକ କୁମାର କୁହନ୍ତୁ କେମିତି ଗୋଡ଼ ଠିକ ନଥିବା ଗୋବିନ୍ଦ ପାଚେରୀ ଡେଇଁ ଫେରାର ହେଲା ?

ଯେଉଁ ବାଟରେ ତଦନ୍ତ ଯାଉଛି ସେଥିରେ ଗୋବିନ୍ଦ ସାହୁ ବି ଦୋଷୀ ବୋଲି ପ୍ରମାଣିତ ହେବେ ନାହିଁ । ଗୋବିନ୍ଦ ସାହୁକୁ ଏମାନେ ଦୋଷୀ ବୋଲି ପ୍ରମାଣିତ କରିପାରିବେ ନାହିଁ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.