ETV Bharat / city

ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତି ପ୍ରସଙ୍ଗ, ମେ ୧୩ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗର ନିର୍ଦ୍ଦେଶ

author img

By

Published : May 7, 2022, 9:09 PM IST

ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତି ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନର ସନ୍ଧ୍ୟାବତୀ ପ୍ରଧାନଙ୍କ ପ୍ରତିକ୍ରିୟା । ଘଟଣାକୁ ଗୁରୁତର ସହ ନେଇଥିବା କହିଛି ଆୟୋଗ । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତି ପ୍ରସଙ୍ଗ, ମେ ୧୩ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗର ନିର୍ଦ୍ଦେଶ
ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତି ପ୍ରସଙ୍ଗ, ମେ ୧୩ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗର ନିର୍ଦ୍ଦେଶ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତି ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନର ସନ୍ଧ୍ୟାବତୀ ପ୍ରଧାନଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ‘‘ଘଟଣାକୁ ଗୁରୁତର ସହ ନେଇଛନ୍ତି ଆୟୋଗ । ନିଜ ଆଡୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ଼ ଅଧ୍ୟକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି । ଏତେ ପିଲା କେଉଁଆଡେ ଗଲେ ଆଉ କ’ଣ ପାଇଁ ଅନୁପସ୍ଥିତ ସେନେଇ ମେ ୧୩ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ରିପୋର୍ଟ ଆସିବା ପରେ ସେମାନଙ୍କ ପରିସ୍ଥିତି ଓ କାରଣ ଦେଖି କିପରି ସେମାନଙ୍କୁ ବିଭିନ୍ନ ସରକାରୀ ସୁବିଧାର ଲାଭ ମିଳିବ ସେନେଇ ଆୟୋଗ ଚେଷ୍ଟା କରିବେ ।’’

ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତି ପ୍ରସଙ୍ଗ, ମେ ୧୩ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗର ନିର୍ଦ୍ଦେଶ

ସନ୍ଧ୍ୟାବତୀ ଆହୁରି କହିଛନ୍ତି, ‘‘ମହାମାରୀ ସମୟରେ ଯେତେବେଳେ କ୍ଳାସ୍ କରିବାରେ ବ୍ୟାହତ ହେଲା, କ୍ଳାସ ହେଲା ନାହିଁ, ବାପା ମା’ ଏବଂ ଦଲାଲ ମାନଙ୍କ କଥାରେ ପଡି ବହୁ ପିଲା ଦାଦନ ଖଟିବାକୁ ଯାଇଥିବା ନଜିର ରହିଛି । ଆଉ କେତେକଙ୍କର ବାଲ୍ୟ ବିବାହ ହୋଇଛି କିନ୍ତୁ, ରିପୋର୍ଟ ଆସିବା ପରେ ଜଣାପଡ଼ିବ ।’’

ଶିକ୍ଷାବିତ ଏସ.ଏନ ମହାନ୍ତି କହିଛନ୍ତି, ‘‘ପରୀକ୍ଷା ପୂର୍ବରୁ ବୋର୍ଡ ଡିଇଓ ଏବଂ ବିଇଓ ଛାତ୍ରଛାତ୍ରୀଙ୍କର ପରୀକ୍ଷା ସମ୍ବନ୍ଧରେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଠାରୁ ରିପୋର୍ଟ ଆଣିଥାନ୍ତେ କିନ୍ତୁ, ତାହା ହେଲାନାହିଁ । ଏହି ଘଟଣାକୁ ନେଇ ରାଜ୍ୟର ଶିକ୍ଷା ଉପରେ ଆଙ୍ଗୁଳି ଉଠୁଛି । ପରୀକ୍ଷା ପୂର୍ବରୁ ପିଲାଙ୍କୁ ବୁଝାସୁଝା କରି ପରୀକ୍ଷା କରାଇବାର ଥିଲା ବୋଲି କହିଛନ୍ତି ଶିକ୍ଷାବିତ ଏସଏନ ମହାନ୍ତି ।’’

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.