ETV Bharat / city

ଟ୍ୱିଟରରେ ଟ୍ରେଣ୍ଡ କରୁଛି OdishalovesBJD

author img

By

Published : Mar 2, 2022, 9:55 AM IST

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ 2022ରେ ବିଜେଡିର ବୃହତ ବିଜୟ ହାସଲ କରିଛି । ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ । ଏହା ପରଠାରୁ ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishalovesBJD

ଟ୍ୱିଟରରେ ଟ୍ରେଣ୍ଡ କରୁଛି 'OdishalovesBJD'
ଟ୍ୱିଟରରେ ଟ୍ରେଣ୍ଡ କରୁଛି 'OdishalovesBJD'

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ 2022ରେ ବିଜେଡିର ବୃହତ ବିଜୟ ହାସଲ କରିଛି । ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ । ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କୁ ଧୂଳି ଚଟେଇଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରମାଣ କରିଛନ୍ତି ବିଜେଡି ଓଡିଶାର ଏକକ ଲୋକପ୍ରିୟ ଦଳ ଏବଂ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି । ଶେଷ ପର୍ଯ୍ୟାୟ ଗଣତି ପରେ ଘୋଷିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଏହା ପରଠାରୁ ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishalovesBJD

ଟ୍ୱିଟରରେ ଟ୍ରେଣ୍ଡ କରୁଛି 'OdishalovesBJD'
ଟ୍ୱିଟରରେ ଟ୍ରେଣ୍ଡ କରୁଛି 'OdishalovesBJD'

ସୂଚନାଅନୁସାରେ, ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ୭୬୫ଟି ଜୋନରେ ବିଜେଡି ଉଡେଇଛି ବିଜୟ ବାନା । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଜୋନ ଦଖଲ ପରେ ଦଳକୁ ମିଳିବାରେ ଲାଗିଛି ଶୁଭେଚ୍ଛା ବାର୍ତ୍ତା । ଏହା ସହ ଟ୍ବିଟରରେ ମଧ୍ୟ ବିଜୁ ଜନତା ଦଳର କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଦିନତମାମ #OdishalovesBJD ଟ୍ରେଣ୍ଡ କରୁଛି । ଏହାକୁ ନେଇ ଦଳ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଟ୍ବିଟର ବ୍ୟବହାରକାରୀ ପ୍ରଶଂସା କରିବାରେ ଲାଗିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.