ETV Bharat / city

କାଲିଠୁ ପୁଣି ଛେଚିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

author img

By

Published : Aug 12, 2022, 10:32 AM IST

ରାଜ୍ୟ ଆଡ଼କୁ ମାଡ଼ି ଆସୁଛି ଆଉ ଏକ ଲଘୁଚାପ । 13 ଓ 14ରେ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡଶା: କାଲିଠୁ ବର୍ଷିବ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡଶା: କାଲିଠୁ ବର୍ଷିବ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲି (ଶନିବାର) ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ୧୩ ଅଗଷ୍ଟ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା

    ୧୩ ଏବଂ ୧୪ ତାରିଖରେ ସର୍ବାଧିକ ପ୍ରଭାବ, ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ , ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବ ସହ ଉପୁଜିପାରେ ଜଳବନ୍ଦୀ ସମସ୍ୟା pic.twitter.com/5B3chtqttL

    — Meteorological Centre, Bhubaneswar (@mcbbsr) August 11, 2022 " class="align-text-top noRightClick twitterSection" data=" ">

13 ଓ 14ରେ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏପରିକି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ମଧ୍ୟ ସମ୍ଭାବନା ରହିଛି । ଆକସ୍ମିକ ବାତ୍ୟା ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଜଳବନ୍ଦୀ ସମସ୍ୟା ମଧ୍ୟ ଉପୁଜିପାରେ । ଏହି ଦୁଇ ଦିନ ମଧ୍ୟରେ ପବନ ମଧ୍ୟ ବହିବ । ଘଣ୍ଟାପ୍ରତି 45 ରୁ 55 କିମି ବେଗରେ ପବନ ବହିବା ସହ ସର୍ବାଧିକ 65 କିମି ବେଗରେ ବହିବାର ସମ୍ଭାବନା ରହିଛି । ଓଡିଶା ଉପକୂଳ ଅଶାନ୍ତ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ସତର୍କତା ଦୃଷ୍ଟିରୁ ଏହି ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.