ETV Bharat / city

ଜୁଲାଇ ୨୬ରୁ ଖୋଲିବ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ

author img

By

Published : Jul 17, 2021, 4:26 PM IST

Updated : Jul 17, 2021, 5:58 PM IST

ଜୁଲାଇ ୨୬ରୁ ଖୋଲିବ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ
ଜୁଲାଇ ୨୬ରୁ ଖୋଲିବ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ

16:19 July 17

ଜୁଲାଇ ୨୬ରୁ ଖୋଲିବ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ

ଜୁଲାଇ ୨୬ରୁ ଖୋଲିବ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ

ଭୁବନେଶ୍ବର: ରାଜ୍ୟରେ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ତେବେ ଆସନ୍ତା ଜୁଲାଇ ୨୬ ତାରିଖଠାରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ।  

କମିଲା କରୋନା ପ୍ରକୋପ । ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ୍ ଖୋଲିବା ନେଇ ରାଜ୍ୟ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଜୁଲାଇ ୨୬ ସୋମବାରଠୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସମସ୍ତ ସରକାରୀ ଓ  ବେସରକାରୀ ବିଦ୍ୟାଳୟ ସୋମବାରଠୁ ଖୋଲିବ ବୋଲି ସଚିବ କହିଛନ୍ତି । କୋରୋନା ପ୍ରକୋପ କମିବା ପରେ ରାଜ୍ୟରେ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଦୋକାନ ବଜାରଠୁ ନେଇ ସମସ୍ତ ଗତିବିଧି ଆରମ୍ଭ ହେବାରେ ଲାଗିଛି ।  

ଜୁଲାଇ ୧୬ରେ ନୂତନ ଆଶିଂକ ଲାକଡାଉନ ଲାଗୁ ହୋଇଛି । ଆଜି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ । ହେଲେ କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପାଠପଢା ପାଇଁ ସରକାର ଅନୁମତି ଦେଇଛନ୍ତି । ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ସେଠାରେ ପରୀକ୍ଷା ପରେ ଖୋଲିବ । ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଚାଲିବ ।

ଗଣଶିକ୍ଷା ସଚିବ କହିଛନ୍ତି ଯେ, ସ୍କୁଲକୁ ଆସିବା ପିଲାମାନଙ୍କ ଇଚ୍ଛାଧୀନ ରହିବ । ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସି ପାରିବେ । ଏଥି ସହ ଦଶମ ଓ ଦ୍ଵାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ପୂର୍ବ ପରି ଚାଲୁ ରହିବ । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ଜିଲ୍ଲାପାଳ ନିଜ ଅଞ୍ଚଳରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ଅନୁମତି ଦେବେ । ସ୍କୁଲରେ ଖେଳ ଛୁଟି ଓ ମଧ୍ୟାହ୍ନ ଭୋଜନ ରହିବ ନାହିଁ । ପିଲା ଘରେ ଯାଇ ଖାଇ ପାରିବେ । ରବିବାର ସମସ୍ତ ଏବଂ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 17, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.