ETV Bharat / city

ଉପକୂଳରେ ଖସିବ ପାରଦ, ବଢିବ ଶୀତ

author img

By

Published : Dec 10, 2020, 9:22 PM IST

Updated : Dec 10, 2020, 10:08 PM IST

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବାନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଉପକୂଳରେ ଖସିବ ପାରଦ, ବଢିବ ଶୀତ
ଉପକୂଳରେ ଖସିବ ପାରଦ, ବଢିବ ଶୀତ

ଭୁବନେଶ୍ବର: କୁହୁଡି ବଳୟ ଭିତରେ ସାରା ଓଡିଶା । ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ଶୁକ୍ରବାର ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ଉପକୂଳ ଓଡିଶାର ଅନ୍ୟ ଜିଲ୍ଲାଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡିବଳୟ ସୃଷ୍ଟି ହେବ ।

ଉପକୂଳରେ ଖସିବ ପାରଦ, ବଢିବ ଶୀତ

ଅନ୍ୟପଟେ ଆଭ୍ୟନ୍ତରୀଣ ଜିଲ୍ଲା, କନ୍ଧମାଳ, ରାୟଗଡା, ଅନୁଗୋଳରେ ମଧ୍ୟ ସ୍ବଳ୍ପ କୁହୁଡି ଦେଖାଯିବ । ସେହିପରି ରାଜଧାନୀ ଭୁବନେଶ୍ୱର ମଧ୍ୟ ସ୍ୱଳ୍ପ କୁହୁଡିବଳୟ ମଧ୍ୟରେ ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁରରେ ଘନ କୁହୁଡି ଦେଖାଯାଇଛି । ଭବାନୀପାଟଣାରେ ସର୍ବନିମ୍ନ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳରେ ତାପମାତ୍ରା ୧୬ ରୁ ୧୯ ଡିଗ୍ରୀ ମଧ୍ୟରେ ରହିବ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୧୨ ରୁ ୧୪ ଡିଗ୍ରୀ ତାପମାତ୍ରା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ।

ଉପକୂଳରେ ଖସିବ ପାରଦ, ବଢିବ ଶୀତ
ଉପକୂଳରେ ଖସିବ ପାରଦ, ବଢିବ ଶୀତ
ଉପକୂଳରେ ଖସିବ ପାରଦ, ବଢିବ ଶୀତ
ଉପକୂଳରେ ଖସିବ ପାରଦ, ବଢିବ ଶୀତ

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 10, 2020, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.