ETV Bharat / city

24 ଘଣ୍ଟାରେ ପ୍ରବଳ ବର୍ଷିବ, ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି

author img

By

Published : Sep 29, 2020, 8:26 PM IST

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ପ୍ରବଳ ବର୍ଷିବ, ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି
ଆସନ୍ତାକାଲି ପ୍ରବଳ ବର୍ଷିବ, ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଭିନ୍ନ ରାଜ୍ୟରୁ ଫେରିବା ଆରମ୍ଭ ହେଲା। ପଶ୍ଚିମ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଓଡିଶା ଉପରେ ଏକ ଘୁର୍ଣ୍ଣିବଳୟ ରହିଛି ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ ।

ଆସନ୍ତାକାଲି ପ୍ରବଳ ବର୍ଷିବ, ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି

ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ ଓ କୋରାପୁଟ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଅକ୍ଟୋବର ପହିଲାରୁ ୨ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ନୂଆପଡା ଜିଲ୍ଲା ସିନାପାଲିରେ ସର୍ବାଧିକ ୨୩.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ୧୪.୦ ମିମି, ଢେଙ୍କାନାଳ ଭୁବନରେ ୧୪.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଗୋପାଳପୁରରେ ସର୍ବାଧିକ ୩୬.୪ଡିଗ୍ରୀ ସେ. ତାପମାତ୍ରା ରେକର୍ଡ କରାଯାଇଛି । ଜୁନ ପହିଲାରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୧୩୩.୭ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ । ମାଲକାନଗିରି ଓ ଝାରସୁଗୁଡାରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ପୁରୀ, ଗଜପତି, ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ କମ ବର୍ଷା ରେକର୍ଡ କରାଯାଇଛି । ଅବଶିଷ୍ଟ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.