ETV Bharat / city

WEATHER REPORT: ୧୭ରୁ ୧୯ ଯାଏଁ ଉପକୂଳ ସହ ଦକ୍ଷିଣରେ ବର୍ଷିବ

author img

By

Published : Nov 15, 2021, 8:47 PM IST

ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣରେ ବର୍ଷିବ । ସକ୍ରିୟ ଟ୍ରଫ୍ ଲାଇନ ଦୁର୍ବଳ ହେଉଥିବାରୁ ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରଭାବ କମିଛି । ଅଧିକ ପଢନ୍ତୁ

WEATHER REPORT:୧୭ରୁ ୧୯ ପର୍ଯ୍ୟନ୍ତ ଉପକୂଳ ସହ ଦକ୍ଷିଣରେ ବର୍ଷିବ
WEATHER REPORT:୧୭ରୁ ୧୯ ପର୍ଯ୍ୟନ୍ତ ଉପକୂଳ ସହ ଦକ୍ଷିଣରେ ବର୍ଷିବ

ଭୁବନେଶ୍ବର : ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣରେ ବର୍ଷିବ । ସକ୍ରିୟ ଟ୍ରଫ୍ ଲାଇନ ଦୁର୍ବଳ ହେଉଥିବାରୁ ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରଭାବ କମିଛି । ଆଗାମୀ ତିନି ଦିନ ମଧ୍ୟରେ ଆକାଶ ମେଘାଛନ୍ନ ରହିବା ସହ ବର୍ଷା ପରିମାଣ କମିବାର ସମ୍ଭାବନା ରହିଛି । ଏହାସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ମଧ୍ୟ ହେବନି । ଏହାସହ ରାଜ୍ୟରେ ଶୀତ ବିଶେଷ ବଢିବାର ସମ୍ଭାବନା ମଧ୍ୟ ନାହିଁ ।

WEATHER REPORT:୧୭ରୁ ୧୯ ପର୍ଯ୍ୟନ୍ତ ଉପକୂଳ ସହ ଦକ୍ଷିଣରେ ବର୍ଷିବ

ସେପଟେ ରବିବାର ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ଏବେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଦକ୍ଷିଣପୂର୍ବ ବଙ୍ଗୋପସାଗର ନିକଟରେ ଏକ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହାପରେ ୧୭ ତାରିଖରେ ଏକ ଅବପାତର ରୂପ ନେଇ ୧୮ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିବ । ୧୯ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଛି । ସେହିପରି ସମୁଦ୍ର ଅଶାନ୍ତ ହେତୁ ଆସନ୍ତା ୧୬ରୁ ୧୮ ଯାଏଁ ସମୁଦ୍ର ପ୍ରବେଶ ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.