ETV Bharat / city

ଝାଡ଼ଖଣ୍ଡରେ ଥାଇ ଓଡ଼ିଶାରୁ ଲୁଟ, ୨ ଅଭିଯୁକ୍ତଙ୍କୁ ଧରିଲା ସାଇବର ପୋଲିସ

author img

By

Published : Feb 14, 2022, 8:00 PM IST

ଝାଡ଼ଖଣ୍ଡରେ ରହି ଓଡ଼ିଶାରେ କରୁଥିଲେ ଲୁଟ । ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନାର ଭୁବନେଶ୍ବର ଟିମ । ଅଧିକ ପଢନ୍ତୁ

ଝାଡ଼ଖଣ୍ଡରେ ରହି ଓଡ଼ିଶାରେ ଚାଲିଥିଲା ଲୁଟ, ୨ ଅଭିଯୁକ୍ତଙ୍କୁ ଧରିଲା ସାଇବର ପୋଲିସ
ଝାଡ଼ଖଣ୍ଡରେ ରହି ଓଡ଼ିଶାରେ ଚାଲିଥିଲା ଲୁଟ, ୨ ଅଭିଯୁକ୍ତଙ୍କୁ ଧରିଲା ସାଇବର ପୋଲିସ

ଭୁବନେଶ୍ବର: ଧରାପଡିଲେ ଜାମତାର ଗ୍ୟାଙ୍ଗର ଦୁଇ ଅଭିଯୁକ୍ତ। ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ ପୋଲିସ । ୩୦ ହଜାର ଠକେଇ ଅଭିଯୋଗର ତଦନ୍ତ ବେଳେ ମିଳିଥିଲା ସୁରାକ। ଝାଡ଼ଖଣ୍ଡ ଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଓଡ଼ିଶା ଆଣିଛି ସାଇବର ଥାନା ଭୁବନେଶ୍ବର ଟିମ।

ଝାଡ଼ଖଣ୍ଡରେ ଥାଇ ଓଡ଼ିଶାରୁ ଲୁଟ, ୨ ଅଭିଯୁକ୍ତଙ୍କୁ ଧରିଲା ସାଇବର ପୋଲିସ

ଅଭିଯୋଗକାରୀ ଜଣକ ପାରାଦ୍ବୀପରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ଗତ ଜାନୁଆରୀ ୩୧ ତାରିଖରେ ବ୍ୟକ୍ତିଗତ କାମରେ ଭୁବନେଶ୍ବର ଆସିଥିବା ବେଳେ ସକାଳ ପ୍ରାୟ ୧୦ ଟା ୫୦ ମିନିଟ୍ ସମୟରେ ତାଙ୍କ ଫୋନକୁ ୭୭୮୨୦୦୬୩୬୯ ନମ୍ବରରୁ ଏକ ମେସେଜ ଆସିଥିଲା । ମେସେଜରେ ଲେଖାଥିଲା ଯେ, ଆପଣଙ୍କର KYC ଅପଡେଟ ନଥିବାରୁ ବ୍ୟାଙ୍କ୍ ଆକାଉଣ୍ଟ କ୍ଲୋଜ ହୋଇଯିବ ଏବଂ KYC ଅପଡେଟ ପାଇଁ ସେଥିରେ ଏକ ଲିଙ୍କ କ୍ଲିକ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅଭିଯୋଗକାରୀ ଜଣକ ଭୁବନେଶ୍ବରରେ ଥିବାରେ ଡକ୍ୟୁମେଣ୍ଟ ଅପଡେଟ ପାଇ ଉକ୍ତ ଲିଙ୍କଟିକୁ କ୍ଲିକ୍ କରିଦେଇଥିଲେ । ଯାହାଫଳରେ ସାଇବର ଠକ ତାଙ୍କୁ ଟ୍ରିକରେ ଫସାଇ ଚାହୁଁ ଚାହୁଁ ତାଙ୍କ ଆକାଉଣ୍ଟରୁ ମୋଟ ୩୦ ହଜାର ୬୪ ଟଙ୍କା ଠକିନେଇଥିଲେ । ଏହି ଅଭିଯୋଗ ପରେ ତଦନ୍ତ କରି ସାଇବର ଥାନା ପୋଲିସ ଦୁଇ ଅଭଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୫ଟି ମୋବାଇଲ ଫୋନ, ୩ଟି ସିମ କାର୍ଡ, ୨ଟି ପାସବୁକ୍, ୨ଟି ବ୍ୟାଙ୍କ ଚେକ୍ ବୁକ୍, ଗୋଟିଏ ଆଧାର କାର୍ଡ, ଗୋଟିଏ ପାନ୍ କାର୍ଡ ଏବଂ ଗୋଟିଏ ପ୍ଲାଟିନମ୍ ଡେବିଟ୍ କାର୍ଡ ଜବତ କରିଥିଲେ ।

ଅଭିଯୁକ୍ତ ଦୁଇଜଣ ବୃତ୍ତିରେ ପେଶାଦାର ସାଇବର ଅପରାଧୀ ଅଟନ୍ତି । ବିଭିନ୍ନ ଟ୍ରିକରେ ଲୋକଙ୍କୁ ସାଇବର ଠକାମି ପାଇଁ ଲିଙ୍କ ପଠାଇ ଠକୁଥିଲେ। ଏହି ଦୁଇଜଣଙ୍କ ନାମରେ ପୂର୍ବରୁ ଅନଲାଇନ ମାଧ୍ୟମରେ ୫୫ ଗୋଟି ମାମଲା ଥିବା ଜଣାପଡିଛି । ପୂର୍ବରୁ ୩ ଜାମତାରା ‌ଗ୍ୟାଙ୍ଗକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ସେମାନଙ୍କ ସହ ଏହି ଗ୍ୟାଙ୍ଗଗର ଲିଙ୍କ ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.