ETV Bharat / city

ଶିକ୍ଷା ବିଭାଗକୁ ନକଲି ଶିକ୍ଷକ ଚିନ୍ତା, ଯାଞ୍ଚ ପାଇଁ ନିର୍ଦ୍ଦେଶ

author img

By

Published : Apr 15, 2022, 7:51 PM IST

10ଟି ଜିଲ୍ଲାରେ ନିୟୋଜିତ ପ୍ରାଥମିକ ଶିକ୍ଷକଙ୍କ ନକଲି ପ୍ରମାଣପତ୍ରର ତୁରନ୍ତ ଯାଞ୍ଚ କରାଇବାକୁ ସମସ୍ତ ଡିଇଓମାନଙ୍କୁ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

odisha education department order to inquire duplicate certificate of teachers
ବିଭାଗକୁ ନକଲି ଶିକ୍ଷକ ଚିନ୍ତା, ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ନକଲି ସାର୍ଟିଫିକେଟ(duplicate certificate) ଦେଇ ଧରା ପଡିଲେଣି ଅନେକ ଛାତ୍ରଛାତ୍ରୀ । ସେମାନଙ୍କ ନାମଲେଖାକୁ ରଦ୍ଦ କରାଯାଇ ଥିବାବେଳେ 10ଟି ଜିଲ୍ଲାରେ ନିୟୋଜିତ ପ୍ରାଥମିକ ଶିକ୍ଷକଙ୍କ ନକଲି ପ୍ରମାଣପତ୍ରର ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ । ଅଧିକାଂଶ DEO/DPC ନିଜ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରାଥମିକ ଶିକ୍ଷକଙ୍କ ନକଲି ପ୍ରମାଣପତ୍ର ସମ୍ବନ୍ଧୀୟ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷା ବିଭାଗକୁ ନକଲି ଶିକ୍ଷକ ଚିନ୍ତା, ଯାଞ୍ଚ ପାଇଁ ନିର୍ଦ୍ଦେଶ

କିଛି DEO ସେମାନଙ୍କ ଅଧୀନରେ ଥିବା ଶିକ୍ଷକମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବାକୁ BEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବିଭାଗ ସମସ୍ତ ବର୍ଗର ଏକତ୍ରିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 20 ଏପ୍ରିଲ ତାରିଖ ମଧ୍ୟରେ ଏକ ସ୍ୱତନ୍ତ୍ର ମେସେଞ୍ଜର ମାଧ୍ୟମରେ ଜିଲ୍ଲା ସମ୍ବନ୍ଧରେ ରିପୋର୍ଟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏହା ଅତ୍ୟନ୍ତ ଜରୁରୀ ଅଟେ ବୋଲି ବିଭାଗ ଦର୍ଶାଇଛି । ତେବେ ପ୍ରଥମିକ ଭାବରେ 10ଟି ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର କେନ୍ଦ୍ରାପଡ଼ା ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ନୟାଗଡ଼ ଓ ପୁରୀ ।

odisha education department order to inquire duplicate certificate of teachers
ବିଭାଗକୁ ନକଲି ଶିକ୍ଷକ ଚିନ୍ତା, ଯାଞ୍ଚ ପାଇଁ ନିର୍ଦ୍ଦେଶ

ଏହି ଜିଲ୍ଲାର ଡିଇଓମାନଙ୍କୁ କଡା ନିର୍ଦ୍ଦେଶ ଦେଇଛି ବିଭାଗ । ଏନେଇ ଅଭିଭାବକ ମହାସଙ୍ଘ କହିଛି ଯେ, ରାଜ୍ୟରେ ଏଭଳି ଅନେକ ନକଲି ଶିକ୍ଷକ ରହିଛନ୍ତି, ଯେଉଁମାନେ ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ନିଯୁକ୍ତି ହୋଇଛନ୍ତି । ଏହାକୁ ବିଭାଗ କେବଳ କାଗଜ କଲମରେ ସୀମିତ ନ ରଖି କଡାକଡି ଯାଞ୍ଚ କରିବା ଉଚିତ୍ ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.