ETV Bharat / city

Odisha Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

author img

By

Published : Dec 21, 2021, 7:49 AM IST

ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ(Odisha Cabinet Meeting) । ଅଧିକ ପଢନ୍ତୁ

Odisha Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ
Odisha Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି(ମଙ୍ଗଳବାର) ବସିବ ରାଜ୍ୟ କ୍ୟାବିନେଟ ବୈଠକ(Odisha Cabinet Meeting) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ବୈଠକ । ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ନେଇ ବୈଠକରେ ଆଲୋଚନା ହୋଇପାରେ ।

ସେହିପରି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ମଧ୍ୟ ମଞ୍ଜୁରୀ ନେଇ ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ(HLC) କିଛି ଶିଳ୍ପ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ଦେଇପାରନ୍ତି । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ କ୍ୟାବିନେଟ ବୈଠକ ଅଧିକ ଗୁରୁତ୍ବ ବହନ କରିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବୈଠକରେ ଅଧ୍ୟକ୍ଷତା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.