ETV Bharat / city

ରାଜଧାନୀରେ ଡ୍ରାଇଭର ସଙ୍ଘର ହଙ୍ଗାମା, ସରକାରଙ୍କୁ ଟାର୍ଗେଟ କଲା ବିଜେପି

author img

By

Published : Apr 20, 2022, 6:44 PM IST

ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଆଉ ଆତଙ୍କରାଜ ସରକାରଙ୍କ ପ୍ରାୟୋଜିତ ବୋଲି ବିଜେପିର ଅଭିଯୋଗ । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି ବୋଲି ରାଜ୍ୟ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛି । ଅଧିକ ପଢନ୍ତୁ

ରାଜଧାନୀରେ ଡ୍ରାଇଭର ସଙ୍ଘର ହାଙ୍ଗାମା, ସରକରାଙ୍କୁ ଟାର୍ଗେଟ କଲା ବିଜେପି
ରାଜଧାନୀରେ ଡ୍ରାଇଭର ସଙ୍ଘର ହାଙ୍ଗାମା, ସରକରାଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଆଉ ଆତଙ୍କରାଜ ସରକାରଙ୍କ ପ୍ରାୟୋଜିତ ବୋଲି ବିଜେପିର ଅଭିଯୋଗ । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି ବୋଲି ରାଜ୍ୟ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛି । ତେବେ ୨ ବର୍ଷ ପୂର୍ବରୁ ସେମାନଙ୍କୁ ଏକାଠି କରିବାକୁ ଯୋଜନା ହୋଇଥିଲା ।

ରାଜଧାନୀରେ ଡ୍ରାଇଭର ସଙ୍ଘର ହାଙ୍ଗାମା, ସରକରାଙ୍କୁ ଟାର୍ଗେଟ କଲା ବିଜେପି

ସେହିପରି ସେମାନଙ୍କୁ ଡ୍ରେସ କୋର୍ଡ ଆଉ ଲୋଗୋ କିଏ ଦେଲା ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଡ୍ରାଇଭର ଆନ୍ଦୋଳନ ସମୟରେ ଅନେକ ପ୍ରକାର ଘଟଣା ଘଟିଲା, ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହେଲା ବୋଲି ଲେଖାଶ୍ରୀ କହିଛନ୍ତି । ଗୁଇନ୍ଦା ବିଭାଗ ୧୬ ତାରିଖରେ ଚିଠିରେ ସ୍ପଷ୍ଟ ସୂଚନା ଦେଇଛନ୍ତି ୪୦ ହଜାରରୁ ଊର୍ଦ୍ଧ୍ବ ଡ୍ରାଇଭର ଧାରଣା ଦେବେ ।

ସେହିଭଳି ସେମାନେ କୌଣସି ବି ବେଆଇନ କାର୍ଯ୍ୟକଳାପ କରିପାରନ୍ତି, ଏଣୁ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲା ଗୁଇନ୍ଦା ବିଭାଗ । ଏବେ ପୋଲିସ ଆଉ ଗୁଇନ୍ଦା ବିଭାଗ ଦୋଷ ଠେଲାଠେଲି ହେଉଛନ୍ତି । ଅନ୍ଦୋଳନ ପାଇଁ କିଏ ପ୍ରୋତ୍ସାହନ ଦେଇଥିଲା । ଏତେ ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ ପାଇଁ ଅନୁମତି କିଏ ଦେଇଥିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଏତଦ୍‌ବ୍ୟତୀତ୍‌ ଘଟଣା ଘଟୁଥିବାବେଳେ ପୋଲିସ ଚୁପ୍ ରହିବାକୁ କିଏ ନିର୍ଦ୍ଦେଶ ଦେଇଥିଲା । ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳ ଏବଂ କୃଷକମାନଙ୍କ ଆନ୍ଦୋଳନରେ ପୋଲିସ ଦମନଲୀଳା ଦେଖିଥିଲେ । ବିଜେପି ମହିଳାମାନଙ୍କୁ ପୋଲିସ ବ୍ୟବହାର ସାରା ରାଜ୍ୟବାସୀ ଦେଖିଛନ୍ତି । ଏଇଠି ପୋଲିସ ଜାଣିଶୁଣି ନିୟନ୍ତ୍ରଣ କଲେ ନାହିଁ ଏବେ ସେମାନଙ୍କ ବିରୋଧରେ ମାମଲାର ବାହାନା କରୁଛନ୍ତି ବୋଲି ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି ।

ଅପରପକ୍ଷରେ ପ୍ରକୃତରେ ଡ୍ରାଇଭରମାନେ ନିଜ ଦାବି ପୂରଣ ହେବାରେ ବାଧା ସାଜିଛନ୍ତି ରାଜ୍ୟ ସରକାର । ଏହି ଦାବି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ପେନସନ ଯୋଜାନା, ଆବାସ ଯୋଜନା, ବେଟି ବଚାଓ ଓ ବେଟି ପଢାଓ ଯୋଜନାରେ ଡ୍ରାଇଭରମାନେ ଅନ୍ତର୍ଭୁକ୍ତ ହେଲେ ସେମାନଙ୍କର ସମସ୍ତ ଦାବି ପୂରଣ ହୋଇଯିବ ବୋଲି ଲେଖାଶ୍ରୀ କହିଛନ୍ତି । ହେଲେ ରାଜ୍ୟ ସରକାର କାହିଁକି ସେମାନଙ୍କୁ ସାମିଲ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ସେପଟେ କେନ୍ଦ୍ର ସରକାର ଭଣ୍ଡାର ଖୋଲି ବସିଛନ୍ତି ହେଲେ ଅସହିଷ୍ଣୁ ରାଜ୍ୟ ସରକାରଙ୍କ ପାଇଁ ଡ୍ରାଇଭରମାନେ ଲାଭ ପାଉନାହାନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.