ETV Bharat / city

ମହାକାଶ ଗବେଷଣା କରିବେ ଓଡିଆ ଛାତ୍ର, ଇସ୍ରୋ ପଠାଇବେ ସରକାର

author img

By

Published : Jul 27, 2019, 2:09 PM IST

ଇସ୍ରୋ ଯିବେ ଓଡିଆ ଛାତ୍ରଛାତ୍ରୀ । ଯୁବ ବିଜ୍ଞାନୀ ଯୋଜନା ମାଧ୍ୟମରେ ମହାକାଶ ଗବେଷଣା କ୍ଷେତ୍ରରେ ସକ୍ରିୟ ରହିବ ଓଡିଶା ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ଭୁବନେଶ୍ବର: ଓଡିଶାରେ ଆହୁରି ସକ୍ରିୟ ହେବ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋ ଯିବାକୁ ସୁଯୋଗ ପାଇବେ ଓଡିଆ ଛାତ୍ରଛାତ୍ରୀ । ଏନେଇ ସରକାର କରିଛନ୍ତି ଯୁବ ବିଜ୍ଞାନୀ ଯୋଜନା । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ମହାକାଶ ଗବେଷଣାରେ ଓଡିଶାକୁ ସକ୍ରିୟ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ଆମ ରାଜ୍ୟର ଛାତ୍ରଛାତ୍ରୀ ଯେପରି ମହାକାଶ ଗବେଷଣା ପାଇଁ ଏକ ଉତ୍ତମ ସୁଯୋଗ ପାଇପାରିବେ, ସେଥିପାଇଁ ଆମେ କାମ କରୁଛୁ । ଯୁବ ବିଜ୍ଞାନୀ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଇସ୍ରୋ ଏବଂ ଅନ୍ୟ ଏକ ଗବେଷଣା ସଂସ୍ଥାକୁ ପଠାଇବା ପାଇଁ ବ୍ୟବସ୍ଥା ହେଉଛି । ପ୍ରବନ୍ଧ ପ୍ରତିଯୋଗୀତା କରି ଏନେଇ ଛାତ୍ରଛାତ୍ରୀ ଚୟନ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

Intro:Body:

prabhu


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.