ETV Bharat / city

Ukraine War: ୟୁକ୍ରେନରୁ ଫେରିଲେ ଜନ୍ମମାଟି, ଖୁସିରେ କାନ୍ଦିଲେ ପରିବାର

author img

By

Published : Mar 5, 2022, 5:55 PM IST

ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଜନ୍ମମାଟିକୁ ଫେରିଲେ ଓଡିଆ ଛାତ୍ରଛାତ୍ରୀ । ପିଲାଙ୍କୁ ଆଖି ଆଗରେ ପାଇ ଭାବବିହ୍ବଳ ହୋଇପଡିଲେ ବାପାମା’ । ଅଧିକ ପଢନ୍ତୁ

ୟୁକ୍ରେନରୁ ଜନ୍ମମାଟିକୁ ଫେରିଲେ ଛାତ୍ରଛାତ୍ରୀ, ଖୁସିରେ କାନ୍ଦିଲେ ପରିବାର
ୟୁକ୍ରେନରୁ ଜନ୍ମମାଟିକୁ ଫେରିଲେ ଛାତ୍ରଛାତ୍ରୀ, ଖୁସିରେ କାନ୍ଦିଲେ ପରିବାର

ଭୁବନେଶ୍ବର: ଦଶମ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷର ପ୍ରଚଣ୍ଡ ଆକ୍ରମଣରେ ଥରହର ୟୁକ୍ରେନ । ଗୁଳିଗୋଳା ବର୍ଷା ସହ ଘନଘନ କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ଅନେକ ସହର ଏବେ ଧ୍ବଂସସ୍ତୁପ ପାଲଟିଛି । ଯୁଦ୍ଧଗ୍ରସ୍ତ ଦେଶରୁ ଭାରତାୟୀଙ୍କୁ ଫେରାଇ ଆଣିବାକୁ ଉଦ୍ଧାର ଅପରେସନ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ଏ ଯାଏଁ ୨୦ ରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଓଡିଶା ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ଆଜି ୧୬ ଓଡିଆ ଛାତ୍ରଛାତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନେ ବିମାନ ବନ୍ଦରରୁ ବାହାରିବା ପରେ ପିଲାଙ୍କୁ ଆଖି ଆଗରେ ପାଇ ଭାବବିହ୍ବଳ ହୋଇଯାଇଛନ୍ତି ବାପାମାଆ । ସେଥିପାଇଁ କେଉଁଠି ମାଆ ଖୁସିରେ ପୁଅକୁ ଗେଲ କରୁଛି ତ ଆଉ କେଉଁଠି ଛଳଛଳ ଆଖିରେ ଜାବୁଡି ଧରୁଛି ଝିଅକୁ ।

ୟୁକ୍ରେନରୁ ଜନ୍ମମାଟିକୁ ଫେରିଲେ ଛାତ୍ରଛାତ୍ରୀ, ଖୁସିରେ କାନ୍ଦିଲେ ପରିବାର

ଅପରେସନ ଗଙ୍ଗା ଜରିଆରେ ଯୁଦ୍ଧ ଭୂମି ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରୁଛନ୍ତି ସରକାର । ଏଯାଏଁ ୨୦ ରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିଥିବାବେଳେ ଆହୁରି ଶହ ଶହ ଭାରତୀୟ କିଭ୍‌, ଖାର୍କିଭ ଓ ସୁମିରେ ଫସି ରହିଛନ୍ତି । ଏ ପର୍ଯ୍ୟନ୍ତ ମୋଟ ୨୧୫ ଓଡିଆ ଛାତ୍ରଛାତ୍ରୀ ରାଜ୍ୟକୁ ଫେରିସାରିଛନ୍ତି । ଜନ୍ମମାଟିକୁ ଫେରିବା ପରେ ସମସ୍ତେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ଧନ୍ୟବାଦ ଦେଇଛନ୍ତି । ଆଗକୁ ମଧ୍ୟ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିବ ।

ଓଡିଶା ଫେରିବା ପରେ ୟୁକ୍ରେନର ସମ୍ମୁଖୀନ ହୋଇଥିବା ଭୟାବହତା ସମ୍ପର୍କରେ ବଖାଣିଛନ୍ତି ଛାତ୍ରଛାତ୍ରୀ । କିପରି ସେମାନେ ବଙ୍କରରେ ରହୁଥିଲେ ଏବଂ ଅଖିଆ ଅପିଆ ରାତି କାଟୁଥିଲେ ତାହା ଜଣାଇଛନ୍ତି । ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ନିଜର ଜନ୍ମମାଟି ଓ ପରିବାର ଲୋକଙ୍କ ପାଖକୁ ଫେରିଥିବାରୁ ସମସ୍ତେ ଖୁସି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.