ETV Bharat / city

Municipal Poll: ଭୋଟ ଦେବାକୁ ଆସିଲେନି ଅପରାଜିତା, ରାଜନୀତି ଆରମ୍ଭ

author img

By

Published : Mar 24, 2022, 4:56 PM IST

ପୌରନିର୍ବାଚନରେ ଭୋଟ ଦେବାକୁ ଆସି ପାରିଲେ ନାହିଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ଅପରାଜିତା
ଅପରାଜିତା

ଭୁବନେଶ୍ବର: ପୌର ନିର୍ବାଚନରେ ଭୋଟ ଦେବାକୁ ଆସି ପାରିଲେ ନାହିଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ବର୍ତ୍ତମାନ ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବାରୁ ଏବଂ ଆଜି (ଗୁରୁବାର) ଦଳ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି କରାଯାଇଥିବାରୁ ସାଂସଦ ଅପରାଜିତା ଭୋଟ ଦେବାକୁ ଆସି ପାରିନାହାଁନ୍ତି ।

  • My best wishes to all candidates who are contesting in ULB election in my state- Odisha.I will urge everyone to please cast your vote. This is your right.
    Wish I were there in Bhubaneswar today.
    There is a whip issued today for compulsorily attending the Parliament session today. pic.twitter.com/8dABSfFIot

    — Aparajita Sarangi, Member of Parliament (@AprajitaSarangi) March 24, 2022 " class="align-text-top noRightClick twitterSection" data=" ">

ତେବେ ଭୋଟ ଦେବାକୁ ଆସିନଥିଲେ ମଧ୍ୟ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଶୁଭ କାମନା ଜଣାଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏପଟେ ଅପରାଜିତା ଭୋଟ ଦେବାକୁ ନଆସିବା ନେଇ ରାଜନୀତି ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.