ETV Bharat / city

ମୋ ସରକାରରେ ସାମିଲ ହେଲା ଶିଳ୍ପ ଓ MSME ବିଭାଗ

author img

By

Published : Jan 16, 2020, 9:56 PM IST

ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି । ସରକାରକୁ ଲୋକାଭିମୁଖୀ ଓ ସ୍ବଚ୍ଛତା କରିବା ଦିଗରେ ବିଭାଗକୁ ମୋ ସରକାର ରେ ଅନ୍ତର୍ଭୁକ୍ତ କରାଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

msme-department-in-mo-sarkar
msme-department-in-mo-sarkar

ଭୁବନେଶ୍ବର: ‘ମୋ ସରକାର’ରେ ସାମିଲ ହେଲା ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ । ପ୍ରଶାସନକୁ ଲୋକାଭିମୁଖୀ କରିବା ଏବଂ ସ୍ଵଚ୍ଛ କରିବା ଦିଗରେ ଆଜି (ଗୁରୁବାର) MSME ଓ ଶିଳ୍ପ ବିଭାଗକୁ ମୋ ସରକାରରେ ଅନ୍ତର୍ଭୁକ୍ତ କରିଛନ୍ତି ସରକାର ।

ମୋ ସରକାର ସାମିଲ ହେଲା ଶିଳ୍ପ ଓ MSME ବିଭାଗ

ଏହି ପଦକ୍ଷେପ ଦ୍ଵାରା ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀ, ନିବେଶକାରୀ ଏବଂ ଅନ୍ୟ ଅଂଶୀଦାରୀ ମାନଙ୍କୁ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ବ୍ୟବହାରରେ ଆବଶ୍ୟକୟ ପରିବର୍ତ୍ତନ ଆସିବା ସହିତ ସ୍ଵଚ୍ଛତା ବୃଦ୍ଧି ପାଇବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ବିଭାଗୀୟ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ । ଦୁଇଟି ଯାକ ବିଭାଗ ସହିତ ମୋ ସରକାର ଇପିକଲ୍ , ଇଡିକୋ, ଶିଳ୍ପ ନିର୍ଦ୍ଦେଶାଳୟ , ରପ୍ତାନୀ ଏବଂ ବିକ୍ରୟ ନିର୍ଦ୍ଦେଶାଳୟ ସହ ୩୧ଟି ଜିଲ୍ଲା ସ୍ତରୀୟ ଶିଳ୍ପ କେନ୍ଦ୍ରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମୋ ସରକାର ରେ ସାମିଲ ହେଲା ଶିଳ୍ପ ଉଦ୍ୟୋଗ ଏବଂ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଶିଳ୍ପ ବିଭାଗର ଲାଗୁହୋଇଛି ।
ପ୍ରସାଷନକୁ ଲୋକାଭିମୁଖୀ କରିବା ଏବଂ ସ୍ଵଛ କରିବାଦିଗରେ ଆଜି MSME ଓ ଶିଳ୍ପ ବିଭାଗ ରେ ମୋ ସରକାର ରେ ଅନ୍ତର୍ଭୁକ୍ତ କରାଯାଇଛି ।
Body:ଏହି ପଦକ୍ଷେପ ଦ୍ଵାରା ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀ ,ନିବେଶକାରୀ ଏବଂ ଅନ୍ୟ ଅଶୀଂଦାରୀ ମାନଙ୍କୁ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ବ୍ୟବହାର ରେ ଆବଶ୍ୟକୟ ପରିବର୍ତ୍ତନ ଆସିବା ସହିତ ସ୍ଵଛତା ବୃଦ୍ଧି ପାଇବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭାଗର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ବୀଭାଗୀୟ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ ।

Conclusion:ଦୁଇଟି ଯାକ ବିଭାଗ ସହିତ ମୋ ସରକାର ଇପିକଲ୍ ,ଇଡିକୋ, ଶିଳ୍ପ ନିର୍ଦାଶଳୟ ,ରପ୍ତାନୀ ଏବଂ ବିକ୍ରୟ ନିର୍ଶେଦାଳୟ ସହ ୩୧ଟି ଜିଲ୍ଲା ସ୍ତରୀୟ ଶିଳ୍ପ କେନ୍ଦ୍ର କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.