ETV Bharat / city

ରାଜ୍ୟରେ 1% ରୁ ଉର୍ଦ୍ଧ୍ବ ଶିଶୁ ICUରେ ଭର୍ତ୍ତି

author img

By

Published : Sep 10, 2021, 7:56 PM IST

ରାଜ୍ୟରେ ଦିନକୁ ଦିନ ଶିଶୁଙ୍କ ସଂକ୍ରମଣ ବଢୁଛି। ଦୈନିକ ଭାବରେ 100 ଜଣରୁ ଉର୍ଦ୍ଧ୍ବ ଶିଶୁଙ୍କ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ 1 ପ୍ରତିଶତରୁ ଉର୍ଦ୍ଧ୍ବ ଶିଶୁ ଆଇସିୟୁରେ ଅଛନ୍ତି। ଅଧିକ ପଢନ୍ତୁ...

covid19-child
ରାଜ୍ୟରେ ଆଇସିୟୁରେ ଅଛନ୍ତି 1 ପ୍ରତିଶତରୁ ଉର୍ଦ୍ଧ୍ବ ଶିଶୁ

ଭୁବନେଶ୍ବର: ରାଜ୍ୟରେ 1 ପ୍ରତିଶତରୁ ଉର୍ଦ୍ଧ୍ବ ଶିଶୁ ଆଇସିୟୁରେ ଅଛନ୍ତି। ରାଜ୍ୟରେ ଦିନକୁ ଦିନ ଶିଶୁଙ୍କ ସଂକ୍ରମଣ ବଢୁଛି। ଦୈନିକ ଭାବରେ 100 ଜଣରୁ ଉର୍ଦ୍ଧ୍ବ ଶିଶୁଙ୍କ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1 ପ୍ରତିଶତରୁ ଉର୍ଦ୍ଧ୍ବ ଶିଶୁ ଆଇସିୟୁରେ ରହିଛନ୍ତି। 80 ପ୍ରତିଶତ ଶିଶୁ ଲକ୍ଷଣ ବିହୀନ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ ଆଇସିୟୁରେ ଅଛନ୍ତି 1 ପ୍ରତିଶତରୁ ଉର୍ଦ୍ଧ୍ବ ଶିଶୁ

ରାଜ୍ୟରେ ଦିନକୁ ଦିନ ଶିଶୁଙ୍କ ସଂକ୍ରମଣ ବଢୁଛି। ଦୈନିକ ଭାବରେ 100 ଜଣରୁ ଉର୍ଦ୍ଧ୍ବ ଶିଶୁଙ୍କ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1 ପ୍ରତିଶତରୁ ଉର୍ଦ୍ଧ୍ବ ଶିଶୁ ଆଇସିୟୁରେ ରହିଛନ୍ତି। 80 ପ୍ରତିଶତ ଶିଶୁ ଲକ୍ଷଣ ବିହୀନ। ବର୍ତ୍ତମାନ ସୁଦ୍ଧା 2 ପ୍ରତିଶତ ଶିଶୁ ଜେନେରାଲ ବେଡ଼ରେ ରହିଛନ୍ତି। ଭେଣ୍ଟଲେଟରରେ କେହି ବି ଶିଶୁ ନାହାନ୍ତି। ଯେଉଁମାନଙ୍କର ସଂକ୍ରମଣ ଦେଖାଯାଉଛି ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ହୋମ ଆଇସଲେସନରେ ରହୁଛନ୍ତି। ଗତକାଲି 34 ଜଣ ଶିଶୁ ଚିହ୍ନଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ କୌଣସି ଶିଶୁ ଭେଣ୍ଟଲେଟରରେ ନାହାନ୍ତି। ଏହା ଏକ ଆଶ୍ବସ୍ତିକର ଖବର ବୋଲି କହିଛନ୍ତି। ପିଲାଙ୍କୁ ସବୁବେଳେ ପରିବାର ଲୋକ ନଜର ରଖିବା ଉଚିତ। ଯେତିକି ପିଲାଙ୍କ ପାଖରେ ନିୟମ କଡାକଡି ପାଳନ କରିବା କଥା ସେତିକି କରିବା ଆବଶ୍ୟକ। ଯଦି କୌଣସି ପିଲା ସଂକ୍ରମଣ ହୁଏ ତେବେ ସେମାନଙ୍କୁ ଟେଷ୍ଟ କରିବା ଏବଂ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା। ମୁଖ୍ୟ ବିଷୟ ହେଉଛି ଆତଙ୍କ ବଢ଼ାଇବା ନାହିଁ। ଏମ ଆଇ ସିଣ୍ଡ୍ରୋମକୁ ନେଇ ଆତଙ୍କିତ କରିବା ନାହିଁ।

ଯେଉଁମାନେ ଅଧିକ ଗୁରୁତର ହେବେ ସେମାନଙ୍କର ଟେଷ୍ଟ ଯାଉଛି। ସେମାନଙ୍କର ଲକ୍ଷଣ ଦେଖି ଚିକିତ୍ସା କରାଯାଉଛି। 80 ପ୍ରତିଶତ ଶିଶୁ ହୋମ ଆଇସଲେଶନ ରେ ରହୁଛନ୍ତି। ଘରେ ରହିଲେ ପିଲାମାନେ ଶୀଘ୍ର ସୁସ୍ଥ ହେଉଛନ୍ତି। ଆମେ ବର୍ତ୍ତମାନ ଆକ୍ରାନ୍ତ ନମ୍ବରକୁ ନ ଦେଖି କେତେ ଗୁରୁତର ହେଉଛନ୍ତି ତାହା ଉପରେ ନଜର ରହିଛି। ଭୁବନେଶ୍ୱରରେ ସଂକ୍ରମଣ ବଢିବା ଘଟଣାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ କୋଭିଡ କେବେ ଯାଇନାହିଁ। ଏଭଲି ରହିବ। ଏହାକୁ ନଜର ରଖି ଚାଲିବାକୁ ହେବ। ଭୁବନେଶ୍ୱରରେ ଦୈନିକ ଅନେକ ଲୋକ ଯାଆ ଆସ ହେଉଛନ୍ତି। ଅନେକ ଲୋକ ମଧ୍ୟ ମାନୁନାହାନ୍ତି। ବଜାର, ସୋ ରୁମ ରେ ଅନେକ କଟକଣା ମାନୁନାହାନ୍ତି। ସେଥିପାଇଁ ସଂକ୍ରମଣ ବଢୁଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.