ETV Bharat / city

ବଡ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି, Sky lift ଜରିଆରେ ମକଡ୍ରିଲ

author img

By

Published : Sep 2, 2022, 10:14 AM IST

ବଡ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି । ଅଗ୍ନିକାଣ୍ଡ ସମୟରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ହୋଇଛି ମକଡ୍ରିଲ (mock drill at capital hospital) । ଗୁରୁବାର ଭୁବନେଶ୍ୱର ୟୁନିଟ 6 ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିକାଣ୍ଡ ମୁକାବିଲା ନେଇ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଛି । ଅଧିକ ପଢନ୍ତୁ

mock drill at capital hospital in bhubaneswar
ବଡ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି, Sky lift ଜରିଆରେ ମକ ଡ୍ରିଲ

ଭୁବନେଶ୍ବର: ବିପଦ ବେଳେ ନିଜକୁ ବଞ୍ଚାଇବା ସହ ଅନ୍ୟକୁ କିପରି ବଞ୍ଚାଇ ହେବ ସେ ନେଇ ପ୍ରଶିକ୍ଷଣ ଦେଇଛନ୍ତି ଅଗ୍ନିଶମ ବିଭାଗ । କ୍ୟାପିଟାଲ ହସ୍ପିଟାଲରେ ଏନେଇ ଏକ ୱାର୍ମ ଅଫ କରିଛି ଅଗ୍ନିଶମ ବିଭାଗ । ଯଦି ମେଡିକାଲରେ ନିଆଁ ଲାଗିଯାଏ, କେଉଁ ଉପାୟରେ ନିଆଁର ପ୍ରକୋପରୁ ଲୋକମାନଙ୍କୁ ରକ୍ଷା କରାଯାଇପାରିବ, ସେ ନେଇ ଏହି ମକଡ୍ରିଲ କରାଯାଇଛି । ଯାହାକି ମେଡିକାଲର ଛାତ ହେଉ କି ଅନ୍ୟ ସ୍ଥାନମାନଙ୍କରେ ନିଆଁ ଲଗାଯାଇ, ଫସି ଯାଇଥିବା ଲୋକଙ୍କୁ ଛାତ ଉପରୁ Sky lift ଜରିଆରେ ଡେମୋ ଦେଖାଉଛନ୍ତି କର୍ମଚାରୀ ।

ଏନେଇ ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ, ସରକାରଙ୍କର ଯେଉଁ ଜିରୋ କାଜୁଆଲଟି ରହିଛି ତାହା ପ୍ରତ୍ୟେକ କ୍ଷେତ୍ରରେ କିଭଳି ସଫଳ ଉପାୟନ ହେବ ସେନେଇ କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଥିବା MCH ମହିଳା ପ୍ରସୂତି ବିଭାଗର ବିଲଡିଙ୍ଗ ରେ ମକ ଡ୍ରିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ 20 ଜଣ କର୍ମଚାରୀ ଏକ ଉନ୍ନତମାନର Sky lift 55 ମିଟର ଉଚ୍ଚତା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ । ଯଦି କେବେ ଅଗ୍ନିକାଣ୍ଡ ଘଟେ ସେଥିରେ ଲୋକମାନଙ୍କୁ କିଭଳି ଭାବରେ ସଫଳତା ସହିତ ସୁରକ୍ଷିତ ଭାବରେ ଉଦ୍ଧାର କରିବେ ସେନେଇ ଚାଲିଛି ପ୍ରଶିକ୍ଷଣ । ଏହି କାର୍ଯ୍ୟକ୍ରମରେ 100 ଊର୍ଦ୍ଧ୍ବ କର୍ମଚାରୀ ଭାଗ ନେଇଛନ୍ତି ।

ଅନ୍ୟପଟେ ହସ୍ପିଟାଲ ମଧ୍ୟକୁ ଯିବାର Sky lift ଉନ୍ନତମାନର ଗାଡି ରହିଛି । ତାହା ପ୍ରବେଶ କରିବାରେ ଅସୁବିଧା ଦେଖାଯାଇଥିଲା । ଯାହା ଫଳରେ ମୁଖ୍ୟ ରାସ୍ତାରେ ଗାଡିକୁ ଅଟକ ରଖାଯାଇ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜଧାନୀର ଏହା ହେଉଛି ବଡ ହସ୍ପିଟାଲ କିନ୍ତୁ ଗୋଟିଏ ଯଦି ବଡ ଦୁର୍ଘଟଣା ଘଟେ ତେବେ ବଡ ଗାଡି ଯିବାର କୌଣସି ବାଟ ବି ନାହିଁ । ଅଗ୍ନିଶମ ବିଭାଗ ସୁବିଧା ଅସୁବିଧାକୁ ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ଏହାର ସଫଳ ରୂପାୟନ ମିଳିବା ସହ ଯାହା ଅସୁବିଧା ହେବାର ଅଛି ତାହା ଦୂରୀଭୂତ ହୋଇପାରିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ।

ଏଥିସହ ଏହି କାର୍ଯ୍ୟକ୍ରମରେ 20 ଜଣ କର୍ମଚାରୀଙ୍କ ସହିତ ମେଡିକାଲର ସମସ୍ତ କର୍ମଚାରୀ ଏଥିରେ ଭାଗ ନେଇଛନ୍ତି । ଏହାର ମୂଳ ଲକ୍ଷ୍ୟ ହେଉଛି ଯଦି ପ୍ରାଥମିକ ଅବସ୍ଥାରେ କୌଣସି ଅଗ୍ନିକାଣ୍ଡ ବା ଦୁର୍ଘଟଣା ଘଟେ ତେବେ ଏହାକୁ ସଫଳତାର ସହିତ ମୁକାବିଲା କରିହେବ ଏବଂ ମିଶନ ଜିରୋ କାଜୁଆଲିଟି କିପରି ଆମ ରାଜ୍ୟରେ ସଫଳତାର ସହ ରୂପାୟନ ହୋଇପାରିବ । ଏହି ସଚେତନତାର ବାର୍ତ୍ତା ସେମାନଙ୍କ ନିକଟକୁ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.