ETV Bharat / city

ଗ୍ରାଉଣ୍ଡ ଜିରୋରୁ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ

author img

By

Published : May 26, 2021, 10:25 PM IST

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଶକ୍ତି ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ । ଅଧିକ ପଢନ୍ତୁ...

ଗ୍ରାଉଣ୍ଡ ଜିରୋରୁ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ
ଗ୍ରାଉଣ୍ଡ ଜିରୋରୁ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ବର: ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଶକ୍ତି ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ । ବାଲେଶ୍ବର ବଳରାମଗଡ଼ିରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର ଲାଗି ଚାଲିଥିବା କାର୍ଯ୍ୟର ତଦାରଖ କରିଛନ୍ତି 3 ନେତା ।

ଗ୍ରାଉଣ୍ଡ ଜିରୋରୁ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ
ଗ୍ରାଉଣ୍ଡ ଜିରୋରୁ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ
ଗ୍ରାଉଣ୍ଡ ଜିରୋରୁ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ

ବାତ୍ୟା ଯାଇଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ବାତ୍ୟାର ଅନେକ ଲୋକଙ୍କ ଘର ଭାଙ୍ଗିଥିବାବେଳେ ସର୍ବସ୍ବ ନିଶ୍ଚିହ୍ନ କରିଛି ଜୁଆର । ବାତ୍ୟାର ପ୍ରଭାବ କମିବା ପରେ ଚାନ୍ଦିପୁର ଓ ବଳରାମଗଡି ଅଞ୍ଚଳ ପରିଦର୍ଶନ କରିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଶକ୍ତି ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ ।

ସରକାରୀ ସ୍ତରରେ ଦୃତ ଗତିରେ କାମ ଜାରି ରହିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଶକ୍ତି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ଜନସାଧାରଣଙ୍କ ଜୀବନ ବଞ୍ଚାଇବା ସବୁଠୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଥିଲା । ଯାହା ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି । ତେବେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ବୋଲି ପ୍ରଣବ କହିଛନ୍ତି । ପୁନରୁଦ୍ଧାର ଲାଗି ସରକାର ଓ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.