ETV Bharat / city

Russia Ukraine War: କିଭ ଏୟାରପୋର୍ଟ ବନ୍ଦ, ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

author img

By

Published : Feb 24, 2022, 1:54 PM IST

Updated : Feb 24, 2022, 2:21 PM IST

ୟୁକ୍ରେନ ଓ ଋଷ ମଧ୍ୟରେ ଆରମ୍ଭ ହୋଇଛି ଭୀଷଣ ଯୁଦ୍ଧ । ଆଜି(ଗୁରୁବାର) ଭାରତକୁ ଫେରିବାକୁ ଥିବା ଅନେକ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Ukraine-Russia Crisis: ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଏୟାରପୋର୍ଟ ଅନିର୍ଦ୍ଦିଷ୍ଟ ବନ୍ଦ
Ukraine-Russia Crisis: ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଏୟାରପୋର୍ଟ ଅନିର୍ଦ୍ଦିଷ୍ଟ ବନ୍ଦ

ଭୁବନେଶ୍ବର: ଋଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଋଷ ୟୁ୍କ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା ପରେ ଉଭୟ ରାଷ୍ଟ୍ରରେ ବିସ୍ଫୋରଣ ଘଟିଛି । ଏହାରି ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ୫୦୦ରୁ ଊର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧକୁ ନେଇ କିଭ ଏୟାରପୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବା ପରେ ଭାରତ ଫେରି ପାରିନାହାନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ । ତେବେ ଏ ସମ୍ପର୍କରେ ଓଡ଼ିଶାର ଏଜେନ୍ସି ସୂଚନା ଦେଇଛନ୍ତି ।

Russia Ukraine War: କିଭ ଏୟାରପୋର୍ଟ ବନ୍ଦ, ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ଶହ ଶହ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବାରୁ ସେଠାରେ ବାସ କରୁଥିଲେ । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନେଇ ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବନ୍ଦୋବସ୍ତ ମଧ୍ୟ ହୋଇଥିଲା । ମାତ୍ର ଋଷ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପରେ ବିମାନ ସେବା ବନ୍ଦ ରହିଛି । ଓଡ଼ିଶାର ଏଜେନ୍ସି କହିଛନ୍ତି ଯେ ଆଜି(ଗୁରୁବାର) କିଛି ଛାତ୍ରଛାତ୍ରୀ ଭାରତ ଆସିଥାନ୍ତେ ।

ଏହା ବି ପଢନ୍ତୁ: Ukraine Russia Crisis: ଯୁଦ୍ଧ ଜାରି, ଋଷ ବିମାନ ଖସାଇଲା ୟୁକ୍ରେନ

କିନ୍ତୁ ଯୁଦ୍ଧ କାରଣରୁ କିଭ ଏୟାରପୋର୍ଟ ଅନିର୍ଦ୍ଦିଷ୍ଟ ପାଇଁ ବନ୍ଦ କରାଯାଇଛି । ଏଣୁ ସେମାନଙ୍କୁ ଏଜେନ୍ସି ଜରିଆରେ ଛାତ୍ରଛାତ୍ରୀଙ୍କୁ କିଭ ୟୁନିଭର୍ସିଟିକୁ ନିଆଯାଇଛି । ବର୍ତ୍ତମାନ ସମୟରେ ୟୁକ୍ରେନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଛାତ୍ରଛାତ୍ରୀଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଏଣୁ ପରିବାର ବର୍ଗ ନିଜ ପିଲାଙ୍କୁ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।

ଏହା ବି ପଢନ୍ତୁ: Ukraine Russia Crisis: ଅଧାରୁ ଭାରତ ଫେରିଲା ୟୁକ୍ରେନ ଯାଉଥିବା ବିମାନ

ତେବେ ସୂଚନା ଥାଉ କି ୟୁକ୍ରେନ ଓ ଋଷ ମଧ୍ୟରେ ଏବେ ଯୁଦ୍ଧ ଜାରି ରହିଛି । ଉଭୟ ରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାର ଖବର ସାମ୍ନାକୁ ଆସିଛି । ୟୁକ୍ରେନ ରାଜଧାନୀ କିଭର ମୁଖ୍ୟ ଏୟାରପୋର୍ଟ ନିକଟରେ ବହୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ଏକ ମିଡିଆ ରିପୋର୍ଟରେ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 24, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.