ETV Bharat / city

ମମିତା ମେହେର ମିସିଂ ମିଷ୍ଟ୍ରି: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ବଢିଲା ସୁରକ୍ଷା

author img

By

Published : Oct 19, 2021, 3:49 PM IST

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ବଢୁଛି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ରାଜଧାନୀର ସରକାରୀ ବାସଭବନରେ ସୁରକ୍ଷା କଡାକଡି କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ମମିତା ମିଷ୍ଟ୍ରୀ: ବଢିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା
ମମିତା ମିଷ୍ଟ୍ରୀ: ବଢିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଯାହା ଘଟଣାକୁ ଭିନ୍ନ ମୋଡ ଦେବାରେ ଲାଗିଛି । ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ସହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ଏହାରି ଭିତରେ କ୍ୟାପିଟାଲ ହସ୍ପିଟାଲ ଛକରେ ଥିବା ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ।

ମମିତା ମେହେର ମିସିଂ ମିଷ୍ଟ୍ରି: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ବଢିଲା ସୁରକ୍ଷା

କ୍ୟାପିଟାଲ ହସ୍ପିଟାଲ ଅପର ପାର୍ଶ୍ବରେ ଥିବା ମନ୍ତ୍ରୀ ମିଶ୍ରଙ୍କ ବାସଭବନ(VII-1) ଆଗରେ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୃତୟନ କରାଯାଇଛି । କମିଶନରେଟ ପୋଲିସ 2 ପ୍ଲାଟୁନ ଫୋର୍ସ ମନ୍ତ୍ରୀଙ୍କ ବାସସଭବନକୁ ଜଗି ରହିଛନ୍ତି । ଘଟଣାକୁ ନେଇ ଚାପ ବଢୁଥିବାବେଳେ ମନ୍ତ୍ରୀଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ରାଜନୀତି ଜୋରଦାର ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସୂଚନା ରହିଥିବାରୁ ଆଗୁଆ ଏହି ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.