ETV Bharat / city

Panchayat Election: ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

author img

By

Published : Feb 14, 2022, 10:11 AM IST

ଆଉ ଗୋଟିଏ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଅଧିକ ପଢନ୍ତୁ

Panchayat Election:  ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର
Panchayat Election: ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଆଜି ସଂଧ୍ୟା 7ଟା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କୁ ପ୍ରଚାର ମୈଦାନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାରରେ ବ୍ରେକ ଲଗାଯାଇଛି ।

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ହେବାକୁ ଥିବା ବେଳେ ୩୦ ଜିଲ୍ଲା, ୭୧ ବ୍ଲକ,୨୦୦ ଜିଲ୍ଲା ପରିଷଦ,୧୬୬୯ ପଞ୍ଚାୟତ,୨୨ ହଜାର ୩୭୯ ୱାର୍ଡ ମେମ୍ବର୍ ପାଇଁ ହେବ ନିର୍ବାଚନ । ୬୭.୫୧ ଲକ୍ଷ ଭୋଟରଙ୍କ ହାତରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ମତଦାନ କେନ୍ଦ୍ରକୁ ମତଦାନ ବାକ୍ସ, ମତଦାନ ଟିମ ସୁରକ୍ଷା ମଧ୍ୟରେ ଯିବା ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.