ETV Bharat / city

କିଡନୀ ଠକେଇ: 3 ଦିନିଆ ରିମାଣ୍ଡରେ ଗଲା ହିମାଂଶୁ ନନ୍ଦ

author img

By

Published : Jan 23, 2021, 1:07 PM IST

ରାଜଧାନୀରେ କିଡନୀ ରାକେଟ ଅଭିଯୁକ୍ତ ହିମାଂଶୁ ନନ୍ଦକୁ 3 ଦିନ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ପୋଲିସ ।

କିଡନୀ ଠକେଇ:  3 ଦିନିଆ ରିମାଣ୍ଡରେ ଗଲା ହିମାଂଶୁ ନନ୍ଦ
କିଡନୀ ଠକେଇ: 3 ଦିନିଆ ରିମାଣ୍ଡରେ ଗଲା ହିମାଂଶୁ ନନ୍ଦ

ଭୁବନେଶ୍ବର:ରାଜଧାନୀରେ କିଡନୀ ରାକେଟ ଅଭିଯୁକ୍ତ ହିମାଂଶୁ ନନ୍ଦକୁ 3 ଦିନ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ନୟାପଲ୍ଲୀ ପୋଲିସ 3 ଦିନ ରିମାଣ୍ଡରେ ନେଇ ସାରିଛି । ଅନ୍ତଃ ରାଜ୍ୟ ଲିଙ୍କ ନେଇ ଅଧିକ ପଚରାଉଚରା କରାଯିବା ନେଇ ସମ୍ଭାବନା ରହିଛି ।

କିଡନୀ ଠକେଇ: 3 ଦିନିଆ ରିମାଣ୍ଡରେ ଗଲା ହିମାଂଶୁ ନନ୍ଦ

ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ରୁପଶାର ପ୍ରତାପଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ନୟାପଲ୍ଲୀ ଥାନାରେ କିଡନୀ ଚୋରି ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପଟ୍ଟାମୁଣ୍ଡାଇର କଦଳିବମା ନୂଆପଟଣାର ହିମାଶୁଂ ଭୂଷଣ ନନ୍ଦଙ୍କୁ ଗିରଫ କରି ତଦନ୍ତ ଚଳାଇଛି । କିଡନୀ ରୋପଣର ପ୍ରକୃତ ମୂଲ୍ୟ 10 ଲକ୍ଷରୁ ଅଧିକ ହେବ । ହେଲେ ଏହାକୁ 5 ଲକ୍ଷ ଟଙ୍କାରେ କରେଇ ଦେବାକୁ କହି ଜଣଙ୍କ ଠାରୁ 5ଲକ୍ଷ ଟଙ୍କା ଠକି ନେଇଛି ଦୁର୍ବୃତ୍ତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.